ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳକୁ ଓହ୍ଲାଇଲା ଯାଦବ ସମାଜ 

ଟିଟିଲାଗଡ,୧୭/୧୨:

Omkar Vasthu
Omkar Vasthu

ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ଗତ ନଭେମ୍ବର ୧ ତାରିଖ ରୁ ଆରମ୍ଭ ହୋଇଥିବା ଗଣଧାରଣା ଆଜି ୪୭ ଦିନ ରେ ପହଞ୍ଚିଥିଲେ ମଧ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । କୋର୍ଟ, କଚେରୀ, ବ୍ଲକ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ତଥା ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସମ୍ପୁର୍ଣ୍ଣରୁପେ ବିରୋଧ କରିବା ସହିତ ଜିଲ୍ଲା ମାନ୍ୟତା ଦାବି ତେଜିବାରେ ଲାଗିଥିବା ବେଲ ସରକାର କ’ଣ ପାଇଁ ଟିଟିଲାଗଡ କୁ ଜିଲ୍ଲା ଘୋଷଣା କରୁନାହାନ୍ତି ତାହା କୁ ନେଇ ସରକାର ଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଇଛି ।

Pearl dental clinic
Near Ashish Medical Store, Bhawanipatna

ଅପରପକ୍ଷରେ  ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଯାଦବ ମହାସଭା ଏହି ଦାବୀକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛି । ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭା ସଭାପତି ଘିନୁ ଆଡଜୁଆଡ ଓ ଟିଟିଲାଗଡ ନଗର ସଭାପତି କୁନା ଭାଟିଙ୍କ ବଳିଷ୍ଠ ନେତୃତ୍ବରେ ପିତାମ୍ବର ବଗର୍ତ୍ତୀ, ଦିଲିପ ଖର୍ସେଲ, ମନୋଜ ହାତୀ, ଝସକେତନ ଛତର, ବାଳକୃଷ୍ଣ ସାଣ୍ଡ, ତଥା ବହୁ ଯାଦବ କର୍ମକର୍ତ୍ତାମାନେ ଯୋଗଦାନ କରିବା ସହ ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବିରେ ରଣହୁଙ୍କାର ଦେଇଛନ୍ତି । ମାଟି ମାଁର ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଯାଦବ ସମାଜକୁ ଉପଖଣ୍ଡର ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

Udyog Nursery
Udyogi Nursery

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.in

 

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.