ଭୁବନେଶ୍ୱର: ‘ପେଥାଇ’ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପୂକଳ ସମେତ ଓଡ଼ିଶାର କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆଜି ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତ୍ତନ ଆସିପାରେ। ଗତକାଲି ଅପରାହ୍ନରେ ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେଥାଇ’ ସ୍ଥଳଭାଗ ଛୁଇଁଥିଲା।