ବଲାଙ୍ଗିର,୧୩/୧୨ : ଆଜି ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗିର ସିଭିଲ କୋର୍ଟ ବାର ଆସୋସିଏସନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୮ ଓ ୧୯ ତାରିଖରେ ବଲାଙ୍ଗିର ବନ୍ଦ ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା । ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ଯଆରମ୍ଭ ଓ ବିସ୍ଥାପିତ ମାନଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଏବଂ ବାଏପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗିରର ସମସ୍ତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଅଫିସ, ବ୍ୟାଙ୍କ, ବିମା ଅନୁଷ୍ଠାନ ବନ୍ଦ କରିବା ନେଇ ଆଜି ପ୍ରସ୍ତୁତି ବୈଠକରେ ମତ ପ୍ରକାଶ ପାଇଥିଲା ।
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in






