କାମରେ ଲାଗୁନି ଜଟେସିଂହା ଶବଦାହ ଗୃହ : ଅଢେଇ ଲକ୍ଷ ଟଙ୍କା ବର୍ବାଦ

ବୀରମହାରାଜପୁର,୧୩/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଟେସିଂହା ହରିହୋର ଜୋର ଠାରେ ନିର୍ମାଣ ହୋଇଥିବା ଶବଦାହ ଗୃହ ଏବେ କାମରେ ଲାଗିପାରୁନାହି । ଅଭିଯୋଗ ମତେ, ଏହି ଶବଦାହ ଗୃହ ୨୦୧୬-୧୭ ବର୍ଷ ୨୫୦,୦୦୦ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ନିମ୍ନମାନର କାମଯୋଗୁ କିଛି ଅଂଶ ଭାଙ୍ଗି ଗଲାଣି । ହେଲେ ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବାବେଳେ ବିଶେଷକରି ବର୍ଷା ଦିନେ ଏହି ଗୃହଟି ସମ୍ପୂର୍ଣ୍ଣ ପାଣିଭିତରେ ଥାଏ । ଏହାର ବିଭିନ୍ନ ସ୍ଥାନରେ ଭାଙ୍ଗି ଗଲାଣି । ମୃତ ଦେହକୁ ଦାହ କରାଯିବା ପାଇଁ ଲୁହାର ବିମ୍ ଦିଆଯାଇନାହିଁ । ଯନ୍ତ୍ରୀଙ୍କ ଅନୁପସ୍ଥିତ ଠିକାଦାର କାମ କରିଥିବାରୁ ଏଭଳି ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଶବଗୃହକୁ ଭଲ ରାସ୍ତାଟିଏ ନଥିବାରୁ ଏଠାକୁ ଶବ ସତ୍କାର କରିବାକୁ ଯାଉନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅନ୍ୟ ଜାଗାରେ ନୂତନ ଶବଦାହ ଗୃହ ନିର୍ମାଣ କରିବାକୁ ଦାବି ହୁଏ ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.