ମିଲେଟ (ମାଣ୍ଡିଆ) ମିଶନ କାର୍ଯ୍ୟକ୍ରମ : ମାଣ୍ଡିଆ ବିକ୍ରୟ ଜନ ସଚେତନତା ରଥ ଉଦଘାଟିତ

ରାୟଗଡ ବ୍ଳକର ୨୮ଟି ପଂଚାୟତରେ ବୁଲିବ ରଥ

ରାୟଗଡ,୧୩/୧୨ : କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନତି ମୂଳକ ଯୋଜନା କାର୍ଯ୍ୟକ୍ରମ କରୁଛନ୍ତି । ସେଥି ମଧ୍ୟରୁ ମିଲେଟ (ମାଣ୍ଡିଆ) ମିଶନ କାର୍ଯ୍ୟକ୍ରମ ରାୟଗଡ ଜିଲ୍ଳାର ୮ଟି ବ୍ଳକରେ ଗତ ଆର୍ଥିକ ବର୍ଷ ୨୦୧୭ରୁ ଆରମ୍ଭ କରାଯାଇଛି । ରାୟଗଡ ବ୍ଳକରେ ମାଣ୍ଡିଆର କ୍ରୟ ବିକ୍ରୟ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି (ଶୁକ୍ରବାର) ସ୍ଥାନୀୟ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାଣ୍ଡିଆ ରଥର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ରଥ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ରାୟଗଡ ଜିଲ୍ଳାର ସଦର ମହକୁମାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓପିଡିଏସସି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଚେଷ୍ଠା ଜାରି ରଖିଛି । ଚଳିତ ବର୍ଷ ରାୟଗଡ ବ୍ଳକରେ ୪ଟି ମଣ୍ଡି ମାଧ୍ୟମରେ ମାଣ୍ଡିଆ ସଂଗ୍ରହ କରି ସରକାରଙ୍କ ନିର୍ଦ୍ଧାରିତ ଦର କ୍ୱିଂଟାଲ ପ୍ରତି ୩୧୫୦ଟଙ୍କାରେ ଚାଷିଙ୍କ ଠାରୁ କିଣିବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଜନସାଧାରଣ ତଥା ଚାଷୀଙ୍କ ସଚେତନତା ପାଇଁ ରାୟଗଡ ଜିଲ୍ଳା କୃଷି ବିଭାଗ “ଆତ୍ମା” ଓ ୱାସନ, ଭୂବନେଶ୍ୱରର ସହଭାଗିତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓପିଡିଏସସି ତରଫରୁ ମାଣ୍ଡିଆ ବିକ୍ରୟ ଜନ ସଚେତନତା ରଥ‘ର ଶୁଭାରମ୍ଭ କରାଯାଇଛି । ଏହି ରଥ‘ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳା କୃଷି ବିଭାଗର କର୍ମକର୍ତା, ୱାସନ ଓ ଓପିଡିଏସସି’ର ସମସ୍ତ କର୍ମୀମାନେ ଉପସ୍ଥିତ ରହିଥିଲେ । ଏଡି ରଥ ଶୁକ୍ରବାର ୧୩ତାରିଖ ଠାରୁ ଆସନ୍ତା ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ରାୟଗଡ ବ୍ଳକର ସମସ୍ତ ୨୮ଗୋଟି ପଂଚାୟତରେ ଥିବା ଗ୍ରାମଗୁଡିକ ବୁଲି ମଣ୍ଡିରେ ମାଣ୍ଡିଆ ବିକ୍ରୟ ପାଇଁ ମାଇକ ଦ୍ୱାରା ଭାଷଣ, ଗୀତ ଓ ସଭା ସମିତି ମାଧ୍ୟମରେ ଚାଷିଙ୍କୁ ସଚେତନତା କରିବ । ଏଥି ସହିତ ମାଣ୍ଡିଆକୁ ବିକିବା ପୂର୍ବରୁ ମାଣ୍ଡିଆର କେଉଁ ପ୍ରକାର ମାନ(ଏଫ.ଏ.କ୍ୟୁ) ରହିବା ଦରକାର ତାହା ମଧ୍ୟ ସଚେତନ କରାଇବ । ଓପିଡିଏସସି ସଂସ୍ଥା ଏଥି ପୂର୍ବରୁ ରାୟଗଡ ବ୍ଳକର ସମସ୍ତ ୱାର୍ଡ ମେମ୍ବରମାନଙ୍କୁ ନେଇ ୩ଟି ସଭା ମଧ୍ୟରେ ସଚେତନତା ଶିବିର ଅନୁଷ୍ଠିତ କରିଥିଲା । ଚଳିତ ବର୍ଷ ରାୟଗଡ ଜିଲ୍ଳାରୁ ୧୫୦୦୦ କ୍ୱିଂଟାଲ ମାଣ୍ଡିଆ ମଣ୍ଡି ମାଧ୍ୟମରେ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଲ୍ୟାମ୍ପସ, ସମବାୟ ସଂସ୍ଥା ଆଦିଗୁଡିକରେ ଚାଷିମାନଙ୍କ ନାମ ପଂଜୀକରଣ କରାଯାଉଥିବା ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

_________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.