ଲାଞ୍ଜିଗଡ ବ୍ଲକ ଗସ୍ତରେ ଶିଶୁ ବିକାଶ ଯୁଗ୍ମ ସଚିବ ଗିତାରାଣୀ ପଟ୍ଟନାୟକ

ଲାଞ୍ଜିଗଡ଼,୧୪/୧୨ : ତିନିରୁ ୬ବର୍ଷ ଶିଶୁଙ୍କ ଅର୍ନ୍ତନିହିତ ଗୁଣବଳିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ ମାନଙ୍କୁ ୬ଦିନକୁ ୬ପ୍ରକାର ରନ୍ଧାଖାଦ୍ୟ, ସକାଳେ ଜଳଖିଆ ଓ ଛତୁଆ ଦେଇ ଅଙ୍ଗନବାଡି କର୍ମି ମାଧ୍ୟମରେ ପ୍ରାକଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଶୁକ୍ରବାର ଏହାର ଜାଞ୍ଚ ପାଇଁ ଶିଶୁ ବିକାଶ ବିଭାଗ ‘ମୋ’ ସରକାରର ଯୁଗ୍ମ ସଚିବ ଗିତା ରାଣୀ ପଟ୍ଟନାୟକ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ବ୍ଲକର ଯୋଡାବନ୍ଧ, ଗୋଲାଗବନ୍ଧ, ଧଅଁରାଭଟ୍ଟା ଏଭଳି ବିଭିନ୍ନ କେନ୍ଦ୍ରକୁ ଯାଇ ଛୋଟଛୋଟ କୋମଳମତି ଶିଶୁଙ୍କୁ ଭେଟିଥିଲେ । କେନ୍ଦ୍ରରେ କିଭଳି ଶିକ୍ଷାଦାନ ଦିଆଯାଉଛି ଅଙ୍ଗନବାଡି କର୍ମିଙ୍କୁ ପଚାରି ବୁଝିଥିବା ବେଳେ ଛୋଟଛୋଟ ଛୁଆ ମାନଙ୍କଠୁ ଗିତ,ନାଚ ଓ ଗପ ଶୁଣିଥିଲେ । ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ମାନ ଜାଞ୍ଚ କରିବା ସହ ଖାଦ୍ୟର ସ୍ୱାଦ ଚାଖିଥିଲେ । ସେହିଭଳି ଗାଁର ଗର୍ଭବତି ଓ ପ୍ରସୁତି ମହିଳା ମାନଙ୍କୁ ଭେଟି ମମତା ଯୋଜନା ବିଷୟରେ ପଚାରି ବୁଝିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଣୀ ଜ୍ୟେତି ଯସ୍ନାମୟୀ ପାତ୍ର, ଲାଞ୍ଜିଗଡ ବ୍ଲକ ଶିଶୁ ବିକାଶ ଅଧିକାରୀଣୀ କୁସୁମ କୁମାରୀ ପ୍ରହରାଜ, ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ କୋଡିନେଟର କନକଲତା ବେହେରା, ବିଶ୍ୱନାଥପୁର ସେକ୍ଟର ସୁପରଭାଇଜର ସତ୍ୟଭାମା ନାଏକ,ବନ୍ଧପାରୀ ସେକ୍ଟର ସୁପରଭାଇଜର ଦ୍ରୈାପଦି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସଚିବଙ୍କ ଏହି ଗସ୍ତକୁ ଅଞ୍ଚଳବାସି ସ୍ୱାଗତ କରିଥିବା ବେଳେ ବିଭିନ୍ନ ଜାଗାରେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ତ୍ୱରାନିତ କରାଯାଉ ବୋଲି ଦାବି କରିଥିଲେ ।

Omkar Vasthu
Omkar Vasthu
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.