ସୁବର୍ଣ୍ଣପୁର ଜିଲ୍ଲା ସ୍ତରିୟ ନିଯୁକ୍ତ ମେଳା

ସୋନପୁର,୧୪/୧୨ : ସୁବର୍ଣ୍ଣପୁର ଜିଲ୍ଲା ସ୍ଥରିୟ ନିଯୁକ୍ତି ମେଳା ଭିମ ଭୋଇ କଳା ମଣ୍ଡପ ଠାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବି ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ଯୁବତିଙ୍କୁ ସରକାର ଆତ୍ମ ନିର୍ଭର ଶିଳ ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ନିୟୋଜନ ଅଧିକାରି ଶର୍ମିଷ୍ଠା ଧଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ, ରାଜ୍ୟ ନିୟୋଜନ ନିର୍ଦ୍ଦେଶାଳୟ ନୋଡାଲ ଅଫିସର ଏସ ବିଏନ ରାଓ, ସୋନପୁର ବିଡିଓ ରବିନ୍ଦ୍ର ପଟେଲ, ଜିଲ୍ଲା ସୁଚନା ଓ ଲୋକ ସର୍ମ୍ପକ ଅଧିକାରୀ ହରି ଚରଣ ମିଶ୍ର ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଏହି ଅବସର ରେ ୪ ଜଣ ଉଦ୍ୟଗି ପ୍ରସାନ୍ତ କୁମ୍ଭାର, ବ୍ୟାସଦେବ ପଣ୍ଡା, ରାହୁଲ ସାଗର ଓ ବିନୋଦିନି ବାରିକ ଙ୍କୁ ପୁରସ୍କୃତ କରାଯାଇଥିଲା ।ମେଳା ରେ ୧୬ ଟି କମ୍ପାନି, ୯ ଟି ତାଲିମ ପ୍ରଦାନ କାରୀ ସଂସ୍ଥା, ୫ ଟି ସରକାରୀ ସଂସ୍ଥା ଯୋଗ ଦେଇଥିଲେ । ୪୪ ଜଣ ଛାତ୍ର ଛାତ୍ରୀ ବିଭିନ୍ନ କମ୍ପାନି ଓ ସଂସ୍ଥା ରେ ତାଲିମ ପାଇଁ ଇଚ୍ଛା ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ନିୟୋଜନ ଓ ସୁଚନା ଓ ଲୋକ ସର୍ମ୍ପକ ବିଭାଗ ର କର୍ମଚାରି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

___________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.