ବଲାଙ୍ଗିର,୧୪/୧୨ :ଗତକାଲି ବିଲମ୍ୱିତ ରାତିରେ ବଲାଗିଂର ସହର ପ୍ୟାଲେସଲାଇନ ପଡାର ଦୁର୍ଗାମଣ୍ଡପ ନିକଟରେ ପ୍ରମୋଦ ପଟ୍ଟନାୟକକୁଂ ଭୁଜାଳୀରେ ମରଣାନ୍ତକ ଆକ୍ରମଣ କରାଯାଇଛି । ପ୍ୟାଲେସ ଲାଇନ ପଡାରେ ଯାତ୍ରାପାର୍ଟି ପଡିଥିବାରୁ ସେଠାରେ ସାଗଂ ମାନକଂ ସହିତ କଥାବାର୍ତ୍ତା କରୁଥିଲେ ପ୍ରମୋଦ । ହଠାତ ଦୁଇଟି ବାଇକ ରେ ମୁଖା ପିନ୍ଧି ପାଂଚ ଜଣ ଯୁବକ ଭୁଜାଳୀରେ ଆକ୍ରମଣ କରିବା ସହିତ ପ୍ରମୋଦକଂ ନିକଟରେ ଥିବା ଦଶ ହଜାର ଟଂକା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ଯୁବକ ମାନେ ସ୍ଥାନୀୟ ଅଂଚଳର ହୋଇଥିବା ଅନୂମାନ କରାଯାଉଥିବା ବେଲେ ପୁର୍ବ ଶତୃତାରୁ ଅକ୍ରମଣ କରାଯାଇଥିବା ସନ୍ଦେହ କରାଯାଇଛି । ଗୁରୁତର ଠିକାଦାରକଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଲେ ତାକୁ୍ଂ ବଲାଗିଂର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ରେ ଭର୍ତ୍ତି କରାଯାଇଛି । ବଲାଗିଂର ଟାଉନ ପୋଲିସ ଘଟାଣା ର ତଦନ୍ତ ଜାରୀ ରଖିଛି ।
ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
_________________________________________