ଚଇତି ଉପଲକ୍ଷେ ବ୍ଳକ ଓ ପୈାରାଂଚଳସ୍ତରୀୟ ସୁସ୍ଥ ଶିଶୁ ପ୍ରତିଯୋଗିତା

ରାୟଗଡ,୧୬/୧୨ : ରାୟଗଡ ଜିଲ୍ଳା ଲୋକ ମହୋତ୍ସବ ‘ଚଇତି’ ଓ ପଲ୍ଳିଶ୍ରୀ ମେଳା-୨୦୧୯ ଆସନ୍ତା ୨୬ତାରିଖ ଠାରୁ ୨୯ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସ୍ଥାନୀୟ ଜିସିିଡି ପଡିଆ ଠାରେ ଜିଲ୍ଳାସ୍ତରରେ ପାଳନ କରାଯିବ । ଏହି ଚଇତି ପାଳନ ଉପଲକ୍ଷେ ଜିଲ୍ଳା ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତାବିତ ସୁସ୍ଥ ଶିଶୁ ପ୍ରତିଯୋଗିତା ରବିବାର ଦିନ ସଂସ୍କୃତି ମହିଳା କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସାଂସ୍କୃତିକ ପରିଷଦର ସଂଯୋଜକ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଯୁଗ୍ମ ସଂଯୋଜିକା ଶ୍ରୀମତି ରୀତା ମିଶ୍ର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ଳକସ୍ତରୀୟ ଓ ରାୟଗଡ ସହରରେ ଥିବା ୯ମାସରୁ ୨ବର୍ଷ ଓ ୨ବର୍ଷରୁ ୩ବର୍ଷ ମଧ୍ୟରେ ଥିବା ସୁସ୍ଥ ଶିଶୁମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଳକସ୍ତରୀୟ ପ୍ରତିଯୋଗିତାରେ ୯ ମାସରୁ ୨ ବର୍ଷ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚନ୍ଦ୍ରପୁର ବ୍ଳକର ଭୂମିକା ପାତିକା ପ୍ରଥମ ସ୍ଥାନ ଅଧିକାର କରିିଥିବା ବେଳେ ବିଷମକଟକ ବ୍ଳକର ଏନ.ହାନଭିକା ଓ କୋଲନରା ବ୍ଳକର ଚନ୍ଦନ କଣ୍ଡାଗରି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କାଶିପୁର ବ୍ଳକର ଅନିତା ଶବରକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୨ରୁ ୩ବର୍ଷ ପ୍ରତିଯୋଗିତାରେ ପଦ୍ମପୁର ବ୍ଳକର ଗୈାରବ ଗିରି ପ୍ରଥମ, କାଶିପୁର ବ୍ଳକର ଭୈରବ ନାୟକ ଦ୍ୱିତୀୟ ଓ କୋଲନରା ବ୍ଳକର ଜୋହାନ କଣ୍ଡାଗରି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଷମକଟକ ବ୍ଳକର ତ୍ରିଦେବୀ ହିମିରିକା ତୃତୀୟ ହୋଇଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.