ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଓ କନ୍ୟା ଶିବିର

ରାୟଗଡ,୧୬/୧୨ : ରାୟଗଡ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୧୪ ଓ ୧୫ତାରିଖ ଦୁଇ ଦିନ ଧରି ମାତୃ ସମ୍ମିଳନୀ ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମାତୃ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଶ୍ରୀମତି ପ୍ରିୟମ୍ବଦା ରଥ ଯୋଗ ଦେଇ ଶିଶୁ ବିକାଶରେ ମାଆ’ର ଭୂମିକା ଉପରେ ଉପସ୍ଥିତ ମା’ମାନଙ୍କୁ ଉଦବୋଧନ ଦେଇଥିଲେ । କନ୍ୟା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମତି ସଂଯୁକ୍ତା ବେହେରା ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କିଶୋର ବୟସରେ ସ୍ୱାସ୍ଥ୍ୟର ଯତ୍ନ ଓ ସୁରକ୍ଷା ବିଷୟରେ ଶିକ୍ଷା ଦାନ କରିଥିଲେ ।

ସେହିପରି କିଶୋର ବୟସରେ ବ୍ୟକ୍ତିତ୍ୱର ବିକାଶ ଉପରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଶ୍ରୀମତି ପ୍ରମିତା ଶତପଥି (ପବ୍ଳିକ ହେଲଥ ରିସୋର୍ସ ପରସନ୍) ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମେ ୧୧୬ଜଣ ମାଆ ଓ ୧୦୫ଜଣ ଛାତ୍ରୀମାନେ ଉପସ୍ଥିତ ରହିଥିଲେ । ସେମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅମୃତ କଳସ, ଝୋଟି, ପୁଚି, ଦୈାଡ ଡିଆଁ, ବଲ ଫିଙ୍ଗା, ସଂଗୀତ ଚୈାକି ଆଦି ପ୍ରତିଯୋଗିତା ସ୍ଥାନ ପାଇଥିଲା । ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାଙ୍କନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସଭାପତି ହୃଦୟାନନ୍ଦ ପଣ୍ଡା ଓ ସଂପାଦକ ଡଃ.ସୁନୀଲ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଳ ଚରଣ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ବନ୍ଧରେ କହିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମାମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.