ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ପୂରିଲା ୯ବର୍ଷ, ପୁଣି ସ୍ୱର ଉତ୍ତୋଳନ କଲା ଆଦିବାସୀ ମହାସଂଘ

କ୍ରାଇମ ବ୍ରାଂଚକୁ ହଟାଯାଇ ତୁରନ୍ତ ସିବିଆଇ ତଦନ୍ତ କରାଯାଉ – ଆଦିବାସୀ ମହାସଂଘ

Omkar Vasthu
Omkar Vasthu

ରାୟଗଡା,୧୫/୧୨ : ରାୟଗଡା ଜିଲ୍ଳାର ବହୁ ଚର୍ଚ୍ଚିିତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ୯ବର୍ଷ ପୂରି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଗିରଫ ହୋଇପାରିନାହିଁ ଏହାର ହତ୍ୟାକାରୀ । ଫଳରେ ମୃତକ ମାଣ୍ଡାଙ୍ଗିକ ପରିବାର ଏଯାବତ ପାଇନାହାନ୍ତି ନ୍ୟାୟ । ତେବେ ଆଇନ ଉପରେ ବିଶ୍ୱାସ କରି ଚାହିଁ ରହିଛନ୍ତି ସରକାରଙ୍କ ପଦକ୍ଷେପକୁ । ଏବଂ ଦୀର୍ଘ ୯ବର୍ଷ ଧରି ମୃତକ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରିଆସୁଛି ରାୟଗଡ ଜିଲ୍ଳା ଆଦିବାସୀ ମହାସଂଘ । ତେବେ ଭାଗିରଥି ହତ୍ୟାକାଣ୍ଡକୁ ୯ବର୍ଷ ବିତିଯାଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇ ଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବା ବେଳେ ପୁଣି ରବିବାର ଦିନ ଡିସେମ୍ବର ୧୫ ତାରିଖରେ ୯ବର୍ଷ ପୂର୍ତିକୁ ନେଇ ସରକାରଙ୍କୁ ଚେତାଇବା ପାଇଁ ମୃତ ଭାଗିରଥିଙ୍କ ପରିବାର ଓ ଆଦିବାସୀ ମହାସଂଘ ପକ୍ଷରୁ ସ୍ଥାନୀୟ ଡିଆରଡିଏ ଛକ ଠାରୁ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ଆଦିିବାସୀ ମହିଳା ଓ ପୁରୁଷମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରାଯାଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ମାନ୍ୟବର ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏସ.ପି. ଅନୁପସ୍ଥିତ ଥିବା ଯୋଗୁଁ ଏହି ଦାବିପତ୍ରକୁ ଏସଡିପିଓ ତପନ ନାରାୟଣ ରଥ ଗ୍ରହଣ କରିଥିଲେ । ଏହି ଦାବିପତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଂଚକୁ ହଟାଯାଇ ତୁରନ୍ତ ସିବିଆଇ ପକ୍ଷରୁ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି । ପ୍ରକାଶ ଥାଉ କି ଗତ ୨୦୧୦ ଡିସେମ୍ବର ୧୫ ତାରିଖରେ ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟିର ସଭ୍ୟ ତଥା ବିଜେଡିର କାଉନସିଲର ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗିକୁ ଅପରହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାର ୨/୩ ଦିନ ପରେ ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ଡ୍ୟାମ ନିକଟରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଥିଲା । ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହେବା ପରେ ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ତିବ୍ର ଆନ୍ଦୋଳନ କରାଯିବାରୁ ଏହି ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହି ହତ୍ୟାକାଣ୍ଡରେ ସଂପୃକ୍ତ କୈାଣସି ହେଲେ ଜଣେ ହତ୍ୟାକାରୀଙ୍କୁ ଗିରଫ କରାଯାଇ ନଥିବା ବେଳେ ତଦନ୍ତକୁ ମଧ୍ୟ ଚାପି ଦିଆଯାଇଥିବା ବେଳେ ଏଥିରେ ରାଜ୍ୟ ସଭା ସାଂସଦଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରାଯାଇଛି । ତେବେ ଶାସକ ଦଳର ଜଣେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଂଚ ଓ ଓଡିଶା ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଭାର ଶୀତିଳ ପଡିଯାଇଥିବାରୁ ଏହାକୁ ସିବିଆଇ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ ବୋଲି ଆଦିବାସୀ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ଯଥାଶୀଘ୍ର ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରା ନ ଗଲେ ଆଗାମୀ ଦିନରେ ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ପୁର୍ନବାର ଆନ୍ଦୋଳନକୁ ତିବ୍ରତର କରାଯାଇ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ମହାସଂଘର ସଭାପତି ଆପାଲାସ୍ୱାମୀ କାଡ୍ରକା, ଆବାହକ ବସନ୍ତ ଉଲାକା, ମୃତକ ଭାଗିରଥି ମାଣ୍ଡାଙ୍ଗିଙ୍କ ସ୍ତ୍ରୀ କମଳା ମାଣ୍ଡାଙ୍ଗି, ଭାଇ ଜଗନ୍ନାଥ ମାଣ୍ଡାଙ୍ଗି, ଭଉଣୀ ମଂଜୁଳା ମିଣିୟାକା, ଆଦିବାସୀ ନେତା କାଳୀରାମ ମାଝିଙ୍କ ସମେତ ଆଦିବାସୀ ମହାସଂଘର ଅନ୍ୟ ସଭ୍ୟସଭ୍ୟାମାନେ ପ୍ରକାଶ କରିଛନ୍ତି । ତେବେ ଦାବିପତ୍ରକୁ ପ୍ରକ୍ରିୟା ଅନୁଯାୟୀ ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଏସଡିପିଓ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

__________________________________________

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.