ରାଜ୍ୟର ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ଚାଲିଛି ପକ୍ଷୀ ଗଣନା

ନିୟୋଜିତ ହେଲେ ୨୫ରୁ ଅଧିକ ଟିମ ଓ ହଜାରେରୁ ଅଧିକ ସଦସ୍ୟ

Omkar Vasthu
Omkar Vasthu

ଭୁବନେଶ୍ବର,୩/୧ : ରାଜ୍ୟର ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ଆଜି ଠାରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ୨୫ରୁ ଅଧିକ ଟିମ ଓ ହଜାରେରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି । ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ରିଭର ସିଷ୍ଟମ, ଶିଶୁପଥର ଡ୍ୟାମ ସହ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ଫରେଷ୍ଟ ରେଞ୍ଜରେ ଏହି ପକ୍ଷୀ ଗଣନା କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବିଶେଷ କରି ବ୍ରାହ୍ମଣୀ ଡକ୍, ଇଣ୍ଡିଆନ ସ୍କିମର, ବାର ହେଡେଡ଼ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥାଏ। ସାତକୋଶିଆରେ ୧୦ଟି ଟିମ ନିୟୋଜିତ ହୋଇଛନ୍ତି । ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ମୋଟ ୪୦ ଜଣ ବନବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି ଶିମିଳିପାଳ ସଂଲଗ୍ନ ବିଭିନ୍ନ ଜଳାଶୟରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫରେଷ୍ଟ ରେଞ୍ଜର ୧୦୦ରୁ ଅଧିକ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯିବ। ସାଇବେରିଆ ସମେତ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସନ୍ତି । ତେବେ ଚିଲିକା, ଭିତରକନିକ ଓ ହୀରାକୁଦ ଜଳ ଭଣ୍ଡାରକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ବନଖଣ୍ଡ ଓ ଜଳାଶୟରେ ଚାଲିଛି ପକ୍ଷୀ ଗଣନା ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.