କାଳୀକୃଷ୍ଣ ସଂଘର ନିଆରା ନବବର୍ଷ

ଜୁନାଗଡ଼,୨/୧: ସଦ୍ ଗୁରୁଦେବ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ତରଫରୁ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚକୁଳିଠାରେ ନବବର୍ଷ ପାଳିତ ହୋଇଯାଇଛି। ଏହି ଦିବସକୁ ସଙ୍ଘ ସଂକଳ୍ପ ଦିବସ ରୂପେ ପ୍ରତିବର୍ଷ ପାଳନ କରି ଆସୁଥିବା ବେଳେ ସଙ୍ଘର ବିଭିନ୍ନ ଶାଖା ମଧ୍ୟରେ ଗୋଟାଏ ଶାଖାଠାରେ ପାଳିତ ହୋଇଥାଏ। ଏଥିରେ ସଙ୍ଘର ମୁଖ୍ୟ ପରିଚାଳକ ତଥା ଗୁରୁପୁତ୍ର ପୂଜ୍ୟ ଜଗଦାନନ୍ଦ ଜୀ ଏବଂ ସଙ୍ଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ ତଥା ଆଚାର୍ଯ୍ୟଗଣ, କର୍ମକର୍ତ୍ତା ସହିତ ବିଭିନ୍ନ ଶାଖାରୁ ଶିଷ୍ୟଶିଷ୍ୟା ଯୋଗ ଦେଇଥିଲେ।

ସକାଳୁ ସଂଘୀୟ ଭଜନ ପରିବେଷଣ ସହିତ ପରେପରେ ନୂତନ ଭାବରେ ଜଗଦାନନ୍ଦ ଜୀଙ୍କ ଦ୍ୱାରା ଏକ ସଂଘୀୟ ୟୁଟ୍ୟୁବ୍ ଚେନାଲର ଉନ୍ମୋଚନ କରଯାଇଥିଲା। ତତ୍ ପରେ ଦେବବ୍ରହ୍ମା ପ୍ରବଚନ ମାଧ୍ୟମରେ କାଳୀକୃଷ୍ଣ ତତ୍ତ୍ୱ ଉପରେ ବିଶେଷ କଥା ରଖିଥିବାବେଳେ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦ ଜୀ ସମାଜର ପ୍ରଚଳିତ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟତଃ ମଦ ମାଂସ ନଖାଇବା, ଜୀବହତ୍ୟା ନକରିବା, ବଳିପ୍ରଥା ବନ୍ଦ କରିବା ସମସ୍ତଙ୍କ ସହିତ ସ୍ନେହ ସଦ ଭାବନା ସହ ଚଳିବା ସହିତ ଜୀବନର ଅର୍ଥ କଣ ଉପରେ ପ୍ରବଚନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବେଦବ୍ରହ୍ମା ଆସନ୍ତା ଚୈତ୍ରଶୁକ୍ଳ ପ୍ରତିପଦାରୁ ହେଉଥିବା ସଂଘର ବାର୍ଷିକ ଉତ୍ସବ ତଥା ନବକୁଣ୍ଡିୟ ନରଶାନ୍ତି ମହାବିଷ୍ଣୁ ଯଜ୍ଞ ବାରବେସାଲଠାରେ ମାର୍ଚ୍ଚ ୨୪, ୨୫, ୨୬ ତାରିଖ ପାଳିତ ହେବ ବୋଲି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ମାଧବନନ୍ଦ ପରିଚାଳନା କରିଥିବା ବେଲେ ଚକୁଳି ଗ୍ରାମର ଭାଇ ଭଉଣୀ ସହଯୋଗ କରିଥିଲେ। ଶେଷରେ ସମସ୍ତ ଶିଷ୍ୟଶିଷ୍ୟା ଆନନ୍ଦବଜାରରେ ପ୍ରସାଦ ସେବନ କରି ଘରକୁ ଫେରିଥିଲେ। ଏହି ଅବସରରେ ଚକୁଳି ଗ୍ରାମ ତଥା ଆଖପାଖ ଅଂଚଳର ଅସହାୟ ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରଯାଇଥିଲା।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

__________________________________________

___________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.