ପୋଲିସ ଇନଫରମର ସଂଦେହ : ଘରେ ପଶି ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

ବାଲିଗୁଡା,୩/୧ : ପୁଣି ମାତିଲେ ଲାଲବାହିନୀ । ପୋଲିସ ଇନଫରମର ସଂଦେହରେ ଜଣେ ଯୁବକ ମାଓ ହତ୍ୟାର ଶିକାର ହୋଇଛନ୍ତି । ଗତରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କ.ନୂଆଗାଁ ଥାନା ତେଲେଙ୍ଗିଆ ପଞ୍ଚାୟତର ବୁଡୁରୁମା ଗାଁରେ । ପ୍ରାପ୍ତ ସୂଚନା ଆଧାରରେ ଗତକାଲି ରାତିରେ ମାଓବାଦୀମାନେ ବୁଡୁରୁମା ଗାଁର ଜଣେ ଯୁବକଙ୍କ ଘର ବାରଣ୍ଡାକୁ ଯାଇ କବାଟ ଖୋଳିବାକୁ କହିଥିଲେ । ତେବେ ଯୁବକ ଜଣକ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘର ଭିତରେ ପଶି ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ । ପରେ ମୃତଦେହକୁ ଗାଁ ବିଦ୍ୟାଳୟ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ ମାଓବାଦୀ। ଏହି ଘଟଣା ପରେ ଆଜି ସକାଳୁ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.