ଦିନକୁ ଦିନ ବିଗିଡିବାରେ ଲାଗିଛି ଲାଞ୍ଜିଗଡ଼ର ଟ୍ରାଫିକ ବ୍ୟବସ୍ଥା

ମନଇଚ୍ଛା ଚାଲିଛି ଭାରିଯାନ, ଏଠି ସେଠି ରଖା ଯାଉଛି ବାଇକ୍, ବାଟ ପାଉନି ଆମ୍ବୁଲାନ୍ସ

ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୫/୨ : ବେଦାନ୍ତ ଆଲୁମିନା କମ୍ପାନୀ ପାଇଁ ଲାଞ୍ଜିଗଡ଼ ଏକ ବ୍ୟସ୍ଥ ବହୁଳ ସହରରେ ପରିଣତ ହୋଇଛି । କାରଖାନାରେ କାମ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରତହ୍ୟ ଏଠାକୁ ଶହ ଶହ ଯାନ ବାହାନ ଯାତାୟତ କରିଥାଏ । ତେବେ ଲାଞ୍ଜିଗଡରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ସୃଷ୍ଚି ହୋଇଛି ପ୍ରଶ୍ନବାଚୀ । ଦିନକୁ ଦିନ ବିଗିଡି ବାକୁ ଲାଗିଛି ସହରର ଟ୍ରାଫିକ ବ୍ୟବସ୍ଥା, କିନ୍ତୁ ଏଥିପ୍ରତି ପ୍ରଶାସନର ନିଘା ନଥିବା ପରି ମନେହୁଏ । ଦିନ ତମାମ ସହର ଭିତରେ ଶହ ଶହ ଭାରି ଯାନ ପ୍ରବେଶ କରୁଥିବା ବେଳେ ଏଥିପାଇଁ କୌଣସି ସମୟ ସୀମା ନାହିଁ। ଏପଟେ ଯିଏ ଯେଉଠି ପାରିଲା ସେଠାରେ ମୋଟର ସାଇକେଲ ରଖି ଦେଉଥିବା ଦେଖିବାକୁ ମିଳିଥାଏ । ଏଠାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଯାହା ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବା ଆସିବାରେ ଅସୁବିଧାରେ ସମ୍ମୁଖିନ ହୋଇଥାନ୍ତି । ସାଧାରଣ ପଥଚାରୀ ଟିଏ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗିଥାଏ । ଏପଟେ ରାସ୍ତା ଦୁଇ କଡରେ ଉଠା ଦୋକାନି ମାନେ ଗୁପଚୁପ, ଫାଷ୍ଟଫୁଡ଼ ଓ ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି । ମାଲବୋଝେଇ ଟ୍ରକ ମାନେ ମନଇଚ୍ଛା ଯିବା ଆସିବା କରିବାଯୋଗୁଁ ମଧ୍ୟ ଟ୍ରାଫିକ ସମସ୍ୟା ଉତ୍କଟ ଋପ ଧାରଣ କରୁଥିବା ସ୍ଥାନୀୟ ଅଞ୍ଚଳବାସୀମାନେ ଅଭିଯୋଗ କରନ୍ତି । ଅନେକ ସମୟରେ ଆମ୍ବୁଲାନ୍ସ ଟିଏ ଯିବାକୁ ରାସ୍ତା ପାଏନାହିଁ ବୋଲି ଲାଞ୍ଜିଗଡ଼ବାସୀ ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଲାଞ୍ଜିଗଡରେ ଟ୍ରାଫିକ ନିୟନ୍ତ୍ରଣର ସୁବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.