ମାର୍ଚ୍ଚ ୮ ଓ ୯ ‘ଦେଶଫାଳ ମହୋତ୍ସବ’

ଅଂଚଳର ଲୋକକଳା, ଲୋକସଂସ୍କୃତିର ପୁନଃରୁଦ୍ଧାର ଉପରେ ଗୁରୁତ୍ବ

ଉଲୁଣ୍ଡା,୨୬/୨ : ପ୍ରଥମଥର ପାଇଁ ଉଲୁଣ୍ଡା ବ୍ଲକ ଧର୍ମଶାଳା ଠାରେ ହେବାକୁ ଥିବା ‘ଦେଶଫାଳ ମହୋତ୍ସବ’ ର ପ୍ରସ୍ତୁତି ବୈଠକ ଧର୍ମଶାଳା ଆରଏମସି ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମହୋତ୍ସବକୁ ନେଇ ଆଲୋଚନା ହୋଇଛି । ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖରେ ଆୟୋଜନ ପାଇଁ ସ୍ଥିର ହୋଇଥିବାବେଳେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବକୁ କିଭଳି ସରସ ସୁନ୍ଦର କରାଯାଇପାରିବା, ସ୍ଥାନୀୟ କଳାକାରଙ୍କୁ ମଞ୍ଚରେ ସ୍ଥାନ ଦେଇ ଅଂଚଳର ଲୋକକଳା ଲୋକସଂସ୍କୃତିର ପୁନଃରୁଦ୍ଧାର କରାଯାଇପାରିବ ସେ ନେଇ ବୈଠକରେ ମହୋତ୍ସବ କମିଟି ପକ୍ଷରୁ ଗୁରୁତ୍ବ ଦିଆଯାଇଛି ।

ଉଲୁଣ୍ଡାରୁ ଶାନ୍ତନୁ କର୍ଣ୍ଣଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.