ଟ୍ରାକ୍ଟର ଓଲଟି ଡାଇଭର ସହ ଶ୍ରମିକ ମୃତ, ଟ୍ରାକ୍ଟର ମାଲିକ ଫେରାର୍ 

ବୀରମହାରାଜପୁର,୫/୩ ( ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ କନକପୁର (ପୁଟାପାଲି) ଠାରୁ ବଡକିରାସିରା ଗ୍ରାମ ସଂଯୋଗ କରୁଥିବା ରାସ୍ତା ମଝିରେ ଡାଇଭର ଅସାବଧାନତା ଯୋଗୁଁ ଟ୍ରାକ୍ଟର ଟି ଭାରସାମ୍ଯ ହରାଇ ରେଙ୍ଗାଲି ନାଲ ପୋଳ ତଳକୁ ଓଲଟି ପଡିଥିଲା । ଫଳରେ ଡାଇଭର ଓ ଜଣେ ଶ୍ରମିକ ଟ୍ରାକ୍ଟର ତଲେ ଚାପି ହୋଇ ମୃତ୍ୟୁବରଣ କରିଥିବା ସୂଚନା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁର୍ଘଟଣାରେ ଶିକାର ହୋଇଥିବା ସମ୍ବଲପୁର ଜିଲ୍ଲା ରଙ୍ଗମାଟିଆ ଗ୍ରାମର ବଳରାମ (୩୦ ) ଡାଇଭର ଥିବାବଳେ ସୁବଳୟା ଥାନା ବଡକିରାସିରା ଗ୍ରାମର ଶ୍ରମିକ ଲକ୍ଷ୍ମୀକାନ୍ତ ପଧାନ (୩୫) ବୋଲି ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ସୁବଳୟା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୁବଳୟା ଥାନା ଅଧିକାରୀ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି  ।

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.