ଲାଞ୍ଜିଗଡ,୯/୫: କଳାହାଣ୍ଡି ଜିଲ୍ଲାର ଏକ ଅବହେଳିତ ବ୍ଲକ ଭାବେ ପରିଚିତ ଲାଞ୍ଜିଗଡରେ ସରକାରୀ ଯୋଜନାଗୁଡିକର ସଫଳ ରୁପାୟନ ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ଉଠିଆସୁଛି । ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ପାଇଁ ମୋବାଇଲ ୱାର୍ଡସଆପ ମାଧ୍ୟମରେ ଶିକ୍ଷାଦାନ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଲାଞ୍ଜିଗଡ ବ୍ଲକରେ ଏହାର କାର୍ଯ୍ୟକାରିତା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଏହି ଯୋଜନା ଲାଞ୍ଜିଗଡ ବ୍ଲକରେ ସଫଳ ହୋଇନପାରେ, କାରଣ (୧) ବ୍ଲକର ଅନେକ ଦୁର୍ଗମ ଓ ଅପହଞ୍ଚ ଇଲାକା ସବୁ ଅଛି ଯେଉଁ ଯାଗାରେ ମୋବାଇଲ ନେଟୱାର୍କ ନାହିଁ । ଏଠାରେ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । (୨) ଲାଞ୍ଜିଗଡ ଏକ ଆଦିବାସୀ ଗିରିଜନ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ସିଂହଭାଗ ଲୋକ ଗରିବ, ଖଟିଖିଆ ଓ ଦିନମଜୁରିଆ । ଏମାଙ୍କ ପାଇଁ ସ୍ମାର୍ଟ ଫୋନ ଏକ ସ୍ବପ୍ନ । ଯେଉଁଠି ଅର୍ଣ୍ଣ ଚିନ୍ତା ଚମତ୍କାର ସେଠାରେ ପିଲାଙ୍କ ପାଇଁ ଏତେ ଟଙ୍କାର ମୋବାଇଲ କେଉଠୁ ଆଣିକି ଦେବେ ଅବିଭାବକ । (୩) ସ୍ବାଧିନତାର ବର୍ଷ ପରେ ବର୍ଷ ଗଡିଯାଉଛି କିନ୍ତୁ ଲାଞ୍ଜିଗଡ ବ୍ଲକର ଅନେକ ଗାଁର ମୌଳିକ ଅାବଷ୍ୟକତା ପୁରଣ କରିପାରିଲେନି ସରକାର । ଏବେବି ବ୍ଲକର ଅନେକ ଗାଁରେ ବିଦ୍ୟୁତ ସେବା ଅପହଞ୍ଚ ହୋଇ ରହିଛି । ଘଟି ଅଞ୍ଚଳର ଯେଉଁ ଗାଁ ମାନଙ୍କରେ ବିଦ୍ୟୁତ ଅଛି ସେଠାରେ ଅନେକ ସମୟରେ ବିଜୁଳି ନଥାଏ, କିମ୍ବା ଲୁଚକାଲି ଖେଳିବାରେ ବ୍ୟସ୍ଥ ଥାଏ । ଏମିତି ପରିସ୍ଥିତିରେ ଅନଲାଇନ ପାଠପଢାକୁ ନେଇ ପୁଣି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏ ସଂପର୍କରେ ଲାଞ୍ଜିଗଡ ବ୍ଲକ ଶିକ୍ଷାଧିକାରୀ ସଞ୍ଜିବ କୁମାର ନାଏକଙ୍କୁ ପଚାରିବାରୁ ଅନଲାଇନରେ ରୁଟିନ ଭାବରେ କିଛି ବିଷୟକୁ ନିଆଯାଇଛି । ସ୍କୁଲ ଖୋଲିଲା ପରେ ପୁଣିଥରେ ପୁନରାବୃତ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୬ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବ୍ଲକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ତ୍ରିଲୋଚନପୁର, ବିଜେପୁର, ମାଲିଯୁବାଙ୍ଗ, ପାହାଡପଦର, ଲାଖବାହାଲି, ବେନଗାଁ, ଲାଞ୍ଜି, ବନ୍ଧପାରୀ, କାନକୁଟ୍ରୁ, କୁମଖାଲ, ବେଡାଗାଁ, ଭୁର୍ଟିଗଡ, କମର୍ଦ୍ଧା ଓ ଗୁଣ୍ଡୁରୀ ପଞ୍ଚାୟତ ଅଧିନରେ ଥିବା ସବୁ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚହୋଇ ରହିଛି । ଏହି ପଞ୍ଚାୟତ ଅଧିନରେ ଥିବା ହଜାର ହଜାର ଶିକ୍ଷାର୍ଥୀ ଅନଲାଇନ ପାଠ ପଢାରୁ ବଞ୍ଚିଛି ହେବା ନିଶ୍ଚିତ ବୋଲି ଜଣାଯାଇଉଛି ।
ଏହି ଅଞ୍ଚଳ ସବୁ ବନ ପାହାଡରେ ପରିପୁର୍ଣ୍ଣ । ଏହି ସବୁ ଅଞ୍ଚଳ ମାନଙ୍କରେ ଯାହାର ବି ମୋବାଇଲ ଫୋନ ଅଛି ଏହାକୁ ବ୍ୟବହାର କରିବା ପାଇଁ ଅନେକ କଷ୍ଟ ସ୍ବିକାର କରିବାକୁ ପଡିଥାଏ । ଜରୁରୀ ସୂଚନା ଦେବା ପାଇଁ ଅନେକ ଲୋକ ଗଛ କିମ୍ବା ପାହାଡ ଉପରକୁ ଯାଇ ନେଟୱାର୍କ ସର୍ଚ୍ଚ କରି ବ୍ୟବହାର କରିଥାନ୍ତି । ଏହି ପରିସ୍ଥିତିରେ ଅଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର କରିହେବ କେମିତି….? ଦୁର୍ଗମ ଅଞ୍ଚଳର ହ୍ୱାଟସଆପ କଣ ଜାଣି ନଥିବା ବେଳେ କିଭଳି ଅନଲାଇନ ମାଧ୍ୟମରେ ପାଠ ପଢିବେ ଓ ତାହା କେମିତି ଫଳପ୍ରଦ ହେବ ସେ ନେଇ ଆଶଙ୍କା ସୃଷ୍ଟି କରିଛି ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in
________________________________________