କଳାହାଣ୍ଡି,୯/୫: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସରକାରୀ ଗାଡିରେ ଏହି ବ୍ଲକର ଜଣେ ସରପଞ୍ଚ, ଏପିଓ ସମେତ ପାଞ୍ଚ ଜଣ ବ୍ୟକ୍ତି ଭବାନୀପାଟଣା ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ଏପିଓ ଙ୍କର ଗୋଡରେ ଆଘାତ ଲାଗିଥିବା ବେଳେ ସରପଞ୍ଚଙ୍କ ଆଖି ପାଖରେ ସାମାନ୍ୟ ଆଘାତ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନ ଗୋଟିଏ ଗାଡ଼ିରେ ତିନିଜଣ ଯିବାକୁ ଅନୁମତି ଦେଇଥିବା ବେଳେ ଏଥିରେ ପାଞ୍ଚ ଜଣ ଗଲେ କେମିତି? ଏମାନଙ୍କ ମଧ୍ୟରେ ଯେଉଁମାନେ ଥିଲେ ସେମାନେ ଲୋକ ପ୍ରତିନିଧିଙ୍କ ସମ୍ପର୍କୀୟ ଓ ସରକାରୀ କର୍ମଚାରୀ ଥିଲେବୋଲି ଜଣାପଡିଛି।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in