ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନକଲେ କେସିଙ୍ଗା ବ୍ଲକ ଯାଦବ ସମିତି

କଳାହାଣ୍ଡି,୮/୫: ମହାମାରୀ କରୋନା ସଂକଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ‘କୋଭିଡ୍-୧୯’କୁ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ କରିଛନ୍ତି। ରାଜ୍ୟର ନିର୍ବାଚିତ ଜନ ପ୍ରତିନିଧି, କର୍ମଚାରୀ, ଅନୁଷ୍ଠାନ, ଶିଳ୍ପପତି ଠାରୁ ଆରମ୍ଭକରି ସାଧାରଣ ଜନତା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହଯୋଗର ହାତ ବଢାଇଛନ୍ତି। ଯଦ୍ବାରା କରୋନା ମୁକାବିଲା ଅଧିକ ସୁଗମ ହୋଇପାରିଛି। ସେହି କ୍ରମରେ ଏହି ଫଣ୍ଡକୁ ୨୧ ହଜାର ଟଙ୍କା ଦାନ କରିଛି କେସିଙ୍ଗା ବ୍ଲକ ଯାଦବ ସମିତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି (ଶୁକ୍ରବାର) କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବିଡିଓଙ୍କୁ ସାକ୍ଷାତକରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ‘କୋଭିଡ୍-୧୯’କୁ ୨୧ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥିରେ ବ୍ଲକ ଯାଦବ ସମିତିର ଉପଦେଷ୍ଟା ମହେନ୍ଦ୍ର ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, କେସିଙ୍ଗା ବ୍ଲକ ଯାଦବ ସମିତି କାର୍ଯ୍ୟକାରୀ ସଭାପତି ଦୟାସାଗର ନାଏକ, ଉପସଭାପତି ବିକ୍ରାନ୍ତ ବାଗ,କୋଷାଧ୍ୟକ୍ଷ ବସନ୍ତ ନାଏକ, କେସିଙ୍ଗା ଏନଏସି ଉପାଧ୍ୟକ୍ଷ ରଜନୀକାନ୍ତ ପୋଢ, ସିରୋଲ ଆଞ୍ଚଳିକ ଯାଦବ ସମିତି ସଭାପତି ଜଗନ୍ନାଥ ବାଗ, କଶୃପଡା ଆଞ୍ଚଳିକ ଯାଦବ ସମିତି ସଭାପତି ଖିରସିନ୍ଧୁ ବିଶି, ପଥର୍ଲା ଆଞ୍ଚଳିକ ଯାଦବ ସମିତି ସଭାପତି ନରୋର୍ତ୍ତମ ଭାଟି, ପ୍ରସାନ୍ତ ପୋଢ ଓ ତ୍ରିଲକ୍ଷ ନାଏକ ପ୍ରମୂଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.