ରାୟଗଡ ଗସ୍ତରେ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି

ଓଡିଶା-ଆନ୍ଧ୍ର ସୀମାନ୍ତ କେରଡା ଚେକ ପୋଷ୍ଟରେ ପୋଲିସ ବ୍ୟବସ୍ଥାର କଲେ ଅନୁଧ୍ୟାନ

Omkar Vasthu
Omkar Vasthu

ରାୟଗଡ,୧୨/୫: ଦକ୍ଷିଣାପଶ୍ଚିମାଂଚଳ ରେଂଜରେ ରହିଛି ୫ଟି ରାଜ୍ୟ ସୀମାନ୍ତ ଚେକ ପୋଷ୍ଟ । ସେଗୁଡିକ ମଧ୍ୟରୁ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ଚେକ୍ ପୋଷ୍ଟ ହେଉଛି ଓଡିଶା-ଆନ୍ଧ୍ର ରାଜ୍ୟ ସୀମାନ୍ତ ରାୟଗଡ ଜିଲ୍ଳାର କେରଡା ବୋର୍ଡର ଚେକ ପୋଷ୍ଟ । ମଙ୍ଗଳବାର ଦିନ ଦକ୍ଷିଣାପଶ୍ଚିମାଂଚଳ ରେଂଜ ପୋଲିସ ଡିଆଇଜି ସଫିନ୍ ଅହମ୍ମଦ କେ.ଏହି ଚେକ ପୋଷ୍ଟରେ ରାୟଗଡ ଜିଲ୍ଳା ପୋଲିସର ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଗସ୍ତ କରିବା ସହ କେରଡା ଠାରେ ଥିବା ଆଶ୍ରୟସ୍ଥଳୀରେ ପ୍ରବାସୀଙ୍କ ରେଜିଷ୍ଟ୍ରେସନ ସହ ସେମାନଙ୍କୁ ପ୍ର୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ବ୍ୟବସ୍ଥାଗୁଡିକ ବିଷୟରେ ଆଲୋଚନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ଏସଡିପିଓ ତପନ ନାରାୟଣ ରଥ, ଶେଷଖାଲ ଥାନା ଆଇଆଇସି ଶ୍ରୀମତି ବିଜୟଲକ୍ଷ୍ମୀ ହିକକା ପ୍ରମୁଖ ଡିଆଇଜିଙ୍କ ଏହି ଗସ୍ତ ବେଳେ ଉପସ୍ଥିତ ରହିଥିଲେ । କେରଡା ଚେକ ପୋଷ୍ଟ ଦେଇ ଆନ୍ଧ୍ର ପଟୁ ଆସୁଥିବା ପ୍ରବାସୀମାନଙ୍କୁ କରାଯାଉଥିବା ପଂଜୀକୃତ ବ୍ୟବସ୍ଥା ସମ୍ବନ୍ଧରେ ଏବଂ ଆଶ୍ରୟସ୍ଥଳରେ ଥିବା ପ୍ରବାସୀମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ପରେ ସେଠାରୁ ଫେରି ରାୟଗଡ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗସ୍ତ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ।

ଲକଡାଉନ ଯୋଗୁଁ ଓଡିଶା ସମେତ ଏହାର ପଡୋଶୀ ଝାରଖଣ୍ଡ,ଛତିଶଗଡ ଆଦି ରାଜ୍ୟର ବହୁ ପ୍ରବାସୀ ଶ୍ରମିକମାନେ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ,ତାମିଲନାଡୁ,କର୍ଣ୍ଣାଟକ ରାଜ୍ୟଗୁଡିକରେ ଫଶି ରହିଥିବା ବେଳେ କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ଯାତାୟାତ ପାଇଁ କଟକଣା କୋହଳ କରିଥିବାରୁ ବର୍ତମାନ ଦକ୍ଷିଣ ଭାରତରୁ ହଜାର ହଜାର ଶ୍ରମିକ ନିଜ ଘରକୁ ଫେରୁଛନ୍ତି । କେରଡା ଚେକ ପୋଷ୍ଟ ଦେଇ ଆନ୍ଧ୍ର ପଟୁ ଦୈନିକ ଶତାଧିକ ପ୍ରବାସୀମାନେ ଓଡିଶା ସମେତ ପଡୋଶୀ ରାଜ୍ୟକୁ ଫେରୁଛନ୍ତି । ତେବେ ଓଡିଶାର ପ୍ରବାସୀମାନଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସେମାନଙ୍କୁ କ୍ୱାରେନଟାଇନ କେନ୍ଦ୍ରରେ ରଖିବା ପରେ ସେମାନଙ୍କୁ ଛାଡିବା ବ୍ୟବସ୍ଥା କରାଯାଉଥିବା ବେଳେ ଚାଲି ଚାଲି ଓ ସାଇକେଲ ଯୋଗେ ଅନ୍ୟ ରାଜ୍ୟର ପ୍ରବାସୀମାନେ ଚାଲି ଯାଉଛନ୍ତି ।

ତେଣୁ ଅବାଧ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ କେରଡା ଚେକ ପୋଷ୍ଟରେ ପୋଲିସ ମୁତୟନ କରାଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଗସ୍ତ କରିଥିଲେ ବୋଲି ସୂଚନା ଦେଇଥିଲେ ଡିଆଇଜି ସଫିନ ଅହମ୍ମଦ । ସେହିପରି ରେଳ ଧାରଣା ବାଟ ଦେଇ ମଧ୍ୟ ଶତାଧିକ ପ୍ରବାସୀମାନେ ଚାଲି ଚାଲି ଆସୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଥିବାରୁ ରେଳବାଇ ଆରପିଏଫ ପୋଲିସ ସହ ଆଲୋଚନା କରି ପ୍ରବାସୀମାନଙ୍କୁ ରାଜପଥ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ନିମନ୍ତେ ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପ୍ରକାଶ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.