ଆପଣଙ୍କ ପାଇଁ ଯୋଡ଼ି ଖୋଜିଦେବ ବିହାଘର୍ ଡଟ୍ କମ୍

ଆମେ ସମସ୍ତେ ଜାଣିଛୁ, ଗୋଟେ ସୁନ୍ଦର ଜୀବନ ପାଇଁ ଜଣେ ଭଲ ଜୀବନସାଥୀର ମହତ୍ତ୍ୱ କେତେ ଅଧିକ। ତେବେ ଆଜିକାଲି ଦୁନିଆରେ କର୍ମ ବ୍ୟସ୍ତତା ଓ ସମୟର ଅଭାବ ଯୋଗୁଁ ଗୋଟେ ଭଲ ଝିଅ ବା ପୁଅ ଖୋଜିବା ପାଇଁ ଯଥେଷ୍ଟ ସମୟ ଦେବା ଅନେକଙ୍କ ପକ୍ଷରେ ଆଉ ସମ୍ଭବ ହୋଇପାରୁନି। ଏଇ ସୁଯୋଗକୁ ନେଇ ଦେଶରେ ‘ଜୀବନସାଥୀ’, ‘ଶାଦୀ’ ଭଳି ଅନେକ କମ୍ପାନୀ ନିଜନିଜର ୱେବ୍ କିମ୍ବା ମୋବାଇଲ୍ ଆପ୍ ଦ୍ୱାରା ଏଇ ସମସ୍ୟାର ସମାଧାନ ଯୋଗେଇ ଦେଉଥିବା ବେଳେ ଏସବୁରେ ଇଂରାଜୀ ଭାଷାର ପ୍ରୟୋଗ ଓ ତାଙ୍କର ପ୍ରିମିୟମ୍ ସର୍ଭିସ୍ ପାଇଁ ମୋଟା ଅଙ୍କର ରେଜିଷ୍ଟ୍ରେସନ୍ ଫି’ ଥିବା ଯୋଗୁଁ ଏଇଟା ଖାଲି ଶିକ୍ଷିତ, ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଲୋକଙ୍କ ପାଇଁ ହିଁ ଫଳପ୍ରଦ ହୋଇପାରୁଛି। ତା’ଛଡ଼ା ଏସବୁ ପ୍ଲାଟଫର୍ମରେ ସମସ୍ତ ଜାତି ଓ ଉପଜାତିର ବିକଳ୍ପ ବି ନାହିଁ।

👆ଏଠି କ୍ଲିକ୍ କରି ବିହାଘର୍ ପୋର୍ଟାଲକୁ ଯାଆନ୍ତୁ

“ଧର୍ମ, ଜାତି, ଶିକ୍ଷାଗତ ଯୋଗ୍ୟତା ଆଉ ଯେକୌଣସି ଆର୍ଥିକ ସ୍ଥିତିର ସମସ୍ତ ଲୋକଙ୍କ ପାଇଁ ଗୋଟେ ଭଲ ଜୀବନସାଥୀ ପାଇବାର ହକ୍ ଅଛି। ତେବେ ଆମେ ଯଦି ଓଡ଼ିଶାରେ ଥିବା ଗାଁ ଅବା କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆଦିବାସୀ କିମ୍ବା ଅନ୍ୟ ଜନଜାତି ଶ୍ରେଣୀର ଲୋକଙ୍କୁ ଏମିତି କିଛି ସୁବିଧା ଦେଇପାରିବା, ତାହେଲେ ବହୁସଂଖ୍ୟାରେ ଆମ ନିଜଲୋକ ଉପକୃତ ହେବେ। ଆଉ ଏଭଳି ଏକ ବଡ଼ ଅସୁବିଧାକୁ ଦୂରେଇ ଦେବା ପାଇଁ ଆତ୍ମପ୍ରକାଶ କରିଛି bihaghar.com ପୋର୍ଟାଲ୍। ସେବା ମନୋବୃତ୍ତି ରଖି ଆମେ ଏଇ ପ୍ଲାଟଫର୍ମର ସମସ୍ତ ସୁବିଧା ଫ୍ରି’ରେ ଉପଲବ୍ଧ କରାଉଛୁ, ଯଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହେବେ” ବୋଲି କହନ୍ତି ସହ-ସଂସ୍ଥାପକ ମନ୍ନତ କହଁର।

ମନ୍ନତ କହଁର

ମନ୍ନତଙ୍କ ବାଙ୍ଗାଲୋରରେ ଥିବା ଷ୍ଟାର୍ଟଅପ୍ ଇନଭେନଟେସ୍’ରେ ଏହି ୱେବ୍ ପ୍ଲାଟଫର୍ମ ଡିଜାଇନ୍ ଓ ଡେଭଲପ୍ ହୋଇଛି।

“ଆରମ୍ଭ ହେବାର ୨୪ଘଣ୍ଟା ଭିତରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ଏଥିରେ ରେଜିଷ୍ଟ୍ରେସନ୍ କରିଥିଲେ, ଯାହାକି ଆମ ଟିମ୍’କୁ ବହୁତ ଉତ୍ସାହିତ କରିଥିଲା। ଖୁବଶୀଘ୍ର bihaghar.comର ଏଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ମଧ୍ୟ ଆରମ୍ଭ ହେବ, ଇଂରାଜୀ ସହ ଓଡ଼ିଆ/ସମ୍ବଲପୁରୀ ଭାଷାରେ ବି ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଆମେ ପଶ୍ଚିମ ଓଡ଼ିଶାର ୨କୋଟି ଜନତାଙ୍କୁ ଏହି ସେବା ଯୋଗେଇ ଦେବୁ ଆଉ ଧିରେଧିରେ ସାରା ଓଡ଼ିଶା ଏହାର ସୁଯୋଗ ନେଇପାରିବ ବୋଲି କହିଛନ୍ତି bihaghar.comର ଅନ୍ୟ ଦୁଇ ସହ-ସଂସ୍ଥାପକ ଆଶୁତୋଷ ଦାଶ ଓ ମୋହିତ ରଞ୍ଜନ ମିଶ୍ର।

ମୋହିତ ରଞ୍ଜନ ମିଶ୍ର, ଆଶୁତୋଷ ଦାଶ

bihaghar.com ଖାଲି ଗୋଟେ ମେଚ୍-ମେକିଂ ପ୍ଲାଟଫର୍ମ ହୋଇ ରହିବନି, ବାହାଘର ପାଇଁ ଦରକାର ହେଉଥିବା ସମସ୍ତ ସେବା ଯଥା ଫଟୋଗ୍ରାଫର୍, ମେକ୍-ଅପ୍ ଆର୍ଟିଷ୍ଟ, ଟେଣ୍ଟ, ମଣ୍ଡପ ଆଦି ଜିନିଷ ଯୋଗାଉଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଯୋଡ଼ିବ, ଯଦ୍ୱାରା ସେମାନଙ୍କର ବି ଲାଭ ହେବ ଓ ବାହା ହେଉଥିବା ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କୁ ସବୁ ଜିନିଷ ଗୋଟେ ପ୍ଲାଟଫର୍ମରେ ଉପଲବ୍ଧ ହୋଇଯିବ। ସେଥିପାଇଁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ କାମ ଆରମ୍ଭ ହୋଇଗଲାଣି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.