କେନାଲରୁ ଉଦ୍ଧାର ହେଲା ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ବଲାଙ୍ଗିର/ଟିଟିଲାଗଡ,୧୬/୫ : ଟିଟିଲାଗଡ ଥାନା ଅନ୍ତର୍ଗତ ବେଲାପଦର୍ ଗ୍ରାମ୍ୟ କେନାଲ ନିକଟରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସିରୁଲ୍ ଗ୍ରାମର ସୁରେଶ ବଗର୍ତ୍ତି (୫୫) ବୋଲି ଜଣାପଡିଛି।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ ସୁରେଶ ଗତକଲି ସକାଳେ କାମ କରିବାକୁ ଯାଇଥିଲେ। ସେ ଟିଟିଲାଗଡ ଶିରଭଟା ପଡାରେ ଘର ତିଆରି କାର୍ଯ୍ୟରେ କୁଲି କାମ କରୁଥିଲେ ବୋଲି ତାଙ୍କ ସହଯୋଗୀ କହିଛନ୍ତି । ସବୁଦିନ ପରି ଶୁକ୍ରବାର ଦିନ ମଧ୍ୟ ସହଯୋଗୀ ମାନଙ୍କ ସହ ଶୁକ୍ରବାର ସକାଳୁ ଘରୁ ବାହାରିଥିଲେ । ଦିନ ବେଳେ ସହଯୋଗୀଙ୍କ ସହ ମିଶି କାମ କରିଥିଲେ । ସନ୍ଧ୍ୟା ସମୟରେ କ ମିସ୍ତ୍ରୀ ତାଙ୍କୁ ୫୦୦ ଟଙ୍କା ଦେଇଥିଲେ। ସୁରେଶ ସହଯୋଗୀଙ୍କ ସହ ସାଇକେଲରେ ଘରକୁ ଫେରିବା ପାଇଁ ବାହାରି ଥିଲେ। କିନ୍ତୁ ଘରକୁ ଫେରି ନଥିଲେ। ତାଙ୍କ ପରିବାରବର୍ଗ ଖୋଜା ଖୋଜି କରିଥିଲେ କିନ୍ତୁ କିଛି ଖବର ପାଇ ପାରି ନଥିଲେ। ଆଜି (ଶନିବାର) ସକାଳୁ ସ୍ଥାନୀୟ ଲୋକ କେନାଳରେ ଏକ ଶବ ପଡ଼ିଥିବା ଦେଖି ସୁରେଶଙ୍କ ପରିବାର ଏବଂ ପୋଲିସ କୁ ଖବର ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ଶବ ପାଖରୁ କିଛି ଟଙ୍କା ବ୍ୟତୀତ ଏକ ସାଇକେଲ ମଧ୍ୟ ପାଇଥିଲେ। ସ୍ଥାନୀୟ ଲୋକ ଓ ମୃତକଙ୍କ ସମ୍ପର୍କୟ ଏହା ଏକ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କୁହାଯାଇ ନାହିଁ । ପୋଲିସ ସ୍ଵର୍ଗଦ୍ଵାର ଗାଡ଼ି ମାଧ୍ୟମରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି । ତଦନ୍ତ ଆରମ୍ଭ ହୋଇଛି ଓ ଆଗକୁ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Udyog Nursery
Udyogi Nursery

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.