କଳାହାଣ୍ଡି,୧୬/୫: ଲକଡ଼ାଉନ ଫାଇଦା ଯିଏ ଯେମିତି ଭାବରେ ଉଠେଇବାରେ ବ୍ୟସ୍ତ ଥିବାବେଳେ ପ୍ରଶାସନ ବି ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଲାଗିପଡ଼ିଛି । ଦୁଇଦିନ ତଳେ ଲୁଣ ଆଉ ମିଳିବନି ବୋଲି ଗୁଜବ ପ୍ରଚାର ହେବାପରେ ହଠାତ ବିଭିନ୍ନ ହୋଲସେଲ ଦୋକାନ ଓ ଖୁଚୁରା ଦୋକାନରୁ ଲୁଣ ସରିଗଲା । ଖାଉଟିମାନେ ଚଢାଦରରେ ଆବଶ୍ୟକଠାରୁ ଖୁବ ଅଧିକ ଲୁଣ କିଣିନେଇଯାଇଥିବା ଦେଖାଯାଇଥିଲା । ଏଇ ମଉକାରେର ଲୁଣ ବି ଖୁବ ଚଢାଦରରେ ବିକ୍ରୀ କରି ଅସାଧୁ ବ୍ୟବସାୟୀମାନେ ମାଲାମାଲ ହେଉଥିବା ଦେଖାଯାଇଛି । ତେବେ ଏନେଇ ପ୍ରଶାସନ ବି ଚୁପ ବସିନାହିଁ । ଆଜି ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ମ.ରାମପୁର ଥାନାଧିକାରୀ ଗୋବିନ୍ଦ୍ର ଚନ୍ଦ୍ର ମାଝୀ,ଯୋଗାଣ ଅଧିକାରୀ ଶାନ୍ତାକାର ପ୍ରଧାନ ବିଭିନ୍ନ କିରାନା ଦୋକାନ ଓ ହୋଲସେଲର ମାନଙ୍କ ପାଖକୁ ଯାଇ ଲୁଣ ବିକ୍ରୀ ଓ ଗଚ୍ଛିତ ଲୁଣର ପରିମାଣ ଦେଖିଥିଲେ । ଲୁଣ ଗଚ୍ଛିତ ରହିଛି ଏବଂ ଖୁବ ଶିଘ୍ର ଲୁଣ ବଜାରରେ ପହଂଚିବ ତେଣୁ ଲୁଣକୁ ନେଇ ଗୁଜବ ଉପରେ କେହି ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ତହସିଲଦାର ଶ୍ରୀ ମଦିନା ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in