ବୀର କମଳ ମଇଦାନରେ ଆଦିସ୍କନ୍ଧ ସମାଜର ଏକତା ଦିବସ

ନର୍ଲା,୨୧/୫: କରୋନା ସଂକଟ ଓ ଲକଡାଉନକୁ ଦୃଷ୍ଟିରେ ରଖି ଏବର୍ଷ ନିରାଡମ୍ବର ଭାବେ ‘ଏକତା ଦିବସ’ ପାଳନ କରିଛି ଆଦିସ୍କନ୍ଧ ସମାଜ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅସୁରଗଡ ସ୍ଥିତ ବୀର କମଳ ମଇଦାନ ଠାରେ ବୁଧବାର ଦିନ ଅାୟୋଜିତ ୨୩ତମ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଥମେ ବୁଢାରଜା,କଳାପାର ତଥା ସମସ୍ତ ଦେବୀ ପୀଠରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବୀର କମଳ ମଇଦାନର ସଂପାଦକ ଲୋକନାଥ ଭୋଇ ସାମାଜିକ ପତାକା ଉତ୍ତୋଳନ କରି କନ୍ଧ ଜାତିର ଗର୍ବ ଓ ଗୌରବ କମଳ ମାଝୀଙ୍କ ବୀରତ୍ବ ଉପରେ ଆଲୋକପାତ କରିଥିଲେ ।

ସମାଜର ଦୁଃଖ ଦୁର୍ଦ୍ଦଶା ଓ ହକ୍ ପାଇଁ ଲଢେଇ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ କନ୍ଧ ସମାଜ ବୀର କମଳ ମାଝୀଙ୍କୁ ସବୁଦିନ ପାଇଁ ମନେରଖିବ ବୋଲି ସଭାପତି ଦୁର୍ଯ୍ଯଧନ ମାଝୀ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷିତୀସ ଚନ୍ଦ୍ର ମାଝୀ, ଅମର ସିଂ ମାଝୀ, କିଶୋର ମାଝୀ, ମାୟାଧର ମାଝୀ, ଚୌଧୁରୀ ମାଝୀ, ମଙ୍ଗଲ ମାଝୀ ଓ ଦେବରାଜ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ । ଲକଡାଉନ ପରିପ୍ରେକ୍ଷିରେ ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସାମାଜିକ ଦୁରତ୍ବ ବଜାୟ ରଖି ଏହି ଦିବସ ପାଳନ କରାଯାଇଥିଲା ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.