୨୨ ପ୍ଳଟ ମାଲିକଙ୍କୁ ଆପାର୍ଟମେଂଟ’ର ବିଲଡର ଓ ଜମି ମାଲିକ ଠକେଇ ଅଭିଯୋଗ

ରାୟଗଡର ସାଇ ନବପ୍ରେମ ଆପାର୍ଟମେଂଟରେ ଉପଲବ୍ଧ ନାହିଁ ଜରୁରୀ ସେବା

ଏସ.ପି.ଏ. ଓ ପୈାର ପରିଷଦକୁ ଅନ୍ଧାରରେ ରଖି ଲାଭରେ ରହିଛନ୍ତି ବିଲଡର ଓ ଜମି ମାଲିକ

ରାୟଗଡା,୨୦/୫: ରାୟଗଡ ସହରର ସାଇ ନବପ୍ରେମ ଆପାର୍ଟମେଂଟ । ସହରର ରିଙ୍ଗରୋଡ ସ୍ଥିତ ୟୁଜିଏମଆଇଟି କଲେଜ ସମ୍ମୁଖରେ ଦଣ୍ଡାୟମାନ ଏହି ଆପାର୍ଟମେଂଟ । ହେଲେ ଏଥିରେ ଦୀର୍ଘ ୨ବର୍ଷରୁ ଅଧିକ ସମୟ ହେଲାଣି ନାହିଁ ବିଭିନ୍ନ ଜରୁରୀ ସେବା । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବିଲଡର ଓ ଜମି ମାଲିକଙ୍କ ଠକେଇର ଶୀକାର ହୋଇଛନ୍ତି ଏହି ଆପାର୍ଟମେଂଟରେ ପ୍ଳଟ କିଣି ରହିଥିବା ୨୨ଜଣ ଘର ମାଲିକମାନେ । ବଡ ଚଂଚକତା କରି ବିଲଡର ଓ ଜମି ମାଲିକ ଆପାର୍ଟମେଂଟରେ ପ୍ଳଟ ବିକ୍ରୀ ପୂର୍ବରୁ ଆପାର୍ଟମେଂଟରେ ସମସ୍ତ ଜରୁରୀ ସୁବିଧା ସୁଯୋଗ ଉପଲବ୍ଧ ଥିବା କହି ସମସ୍ତ ପ୍ଳଟ ମାଲିକ ମାନଙ୍କୁ ଗୃହ ବିକ୍ରୀ କରିଥିଲେ । ତେବେ ପ୍ଳଟ ମାଲିକମାନେ ଆପାର୍ଟମେଂଟରେ ବହୁ ଜରୁରୀ ସେବା ନ ଥିବା ଜାଣି ବାକି ରହିଥିବା କାମ ଗୁଡିକ ସଂପୂର୍ଣ୍ଣ କରିବା ପାଇଁ ବିଲଡର ଓ ଜମି ମାଲିକକୁ ୨ ବର୍ଷ ଧରି ବାରମ୍ବାର କହି ଆସୁଥିଲେ ମଧ୍ୟ ଉଭୟେ କାମକୁ ସଂପୂର୍ଣ୍ଣ ନ କରି ଚଂଚକତା ସହ ଠକି ଚାଲିଥିବା ନେଇ ପ୍ଲାଂଟ୍ ମାଲିକ ମାନେ ଅଭିଯୋଗ କରିଛନ୍ତି । ଏପରିକି ଚଂଚକତା କରି ବିଲଡର ଓ ଜମି ମାଲିକ ମିଳିତ ଭାବେ ସ୍ୱତନ୍ତ୍ର ଯୋଜନା କତୃପକ୍ଷ (ଏସପିଏ)ର ପ୍ଲାନ, ଦକ୍ଷିଣାଚଂଳ ରେଂଜ, ଅଗ୍ନି ନିରାପତା ଅଧିକାରୀ ଓ ରାୟଗଡା ପୌର ପରିଷଦର ନିୟମକୁ ଖୋଲା ଖୋଲି ଉଲଂଘନ କରିଥିବା ଗୁରୁତର ଅଭିଯୋଗ ହେଉଛି । ମିଳିଥିବା ସୂଚନା ପ୍ରକାରେ ରାୟଗଡା ତହସିଲ ଅଧିନସ୍ଥ ପୌର ପରିଷଦର ଚେକାଗୁଡା ମୌଜାର ଖାତା ନଂ ୨/ ୪୨୧ ପ୍ଲଟ ନମ୍ବର ୧୯/୧୦୨୨ ରେ ନିର୍ମାଣ ହୋଇଛି ସାଇ ନବ ପ୍ରେମ ଆପାର୍ଟମେଂଟ । ଏହି ଆପାର୍ଟମେଂଟର ଜମି ମାଲିକ ରବିନ୍ଦ୍ର କୁମାର ସାହୁ ବର୍ତମାନ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ଜୁନ ୨୦୧୩ ମସିହାରେ ଆପାର୍ଟମେଂଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଆଦିତ୍ୟ କନଷ୍ଟ୍ରକସନ ମାଲିକ ବାନ୍ଦାରୁ ଚିଟି ଶ୍ରୀଧରଙ୍କ ସହ ଚୁକ୍ତି କରିଥିଲେ । ରାୟଗଡା ସହର ସ୍ୱତନ୍ତ୍ର ଯୋଜନା କତୃପକ୍ଷଙ୍କ ପତ୍ର ସଂଖ୍ୟା ୮୫୨ ତା ୦୪.୦୭.୨୦୧୩ରିଖ ଓ ପୌର ପରିଷଦ ରାୟଗଡାର ପତ୍ର ସଂଖ୍ୟା ୩୬୬୦/ ତା ୧୨.୦୮.୨୦୧୩ ଅନୁମତି ଅନୁଯାୟୀ ଆପାର୍ଟମେଂଟ ନିର୍ମାଣ ହୋଇଥିଲା । ବିଲଡର ଶ୍ରୀଧର ଓ ଜମି ମାଲିକ ଶ୍ରୀ ସାହୁ ବ୍ରାଉଚର ସହ ପ୍ଳଟ ଗୁଡିକର ଡିଜାଇନ ପ୍ଲାନ ଦେଖାଇ ବହୁ ଲୋକଙ୍କୁ ପ୍ଳଟ କିଣିବା ପାଇଁ ପ୍ରବର୍ତାଇ ଥିଲେ । ଜି୪ ଆପାର୍ଟମେଂଟରେ ଅଗ୍ନି ନିରାପତା ସୁରକ୍ଷା, ୪ ଚିକଆ ଗାଡିକୁ ପାର୍କି, ଜେନେରେଟର, ଉକ୍ତୃଷ୍ଟ ଧରଣର ସିସି କ୍ୟାମେରା , ୨୪ ଘଂଟିଆ ପାନୀୟ ଜଳ ଯୋଗାଣ, ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ସୁବିଧା ଓ ଅନ୍ୟାନ୍ୟ ସୁବିଧା ଥିବା ନେଇ ପ୍ଳଟ ବିକ୍ରି ବେଳେ କହିଥିଲେ । ଏହାର ସୁଯୋଗରେ ୨୨ ଜଣ ପ୍ଳଟ ମାଲିକ ବହୁ ଦିନ ଧରି ସଂଚୟ କରିଥିବା ଅର୍ଥ ଓ ବ୍ୟାଙ୍କରୁ ଋଣ କରି ସମସ୍ତ ଟଙ୍କା ବିଲଡର ଓ ଜମି ମାଲିକଙ୍କୁ ଦେଇ ପ୍ଳଟ କ୍ରୟ କରିଥିଲେ ।

ତେବେ ବିଡମ୍ବନାର ବିଷୟ ବିଲଡର ଓ ଜମି ମାଲିକ ଅସଂପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ସଂପୂର୍ଣ୍ଣ ନ କରି ଦିନ ଗଡାଇ ଚାଲିଛନ୍ତି । ଏ ନେଇ ପ୍ଳଟ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ଳଟ କଣିବାର ୨ ବର୍ଷ ପରେ ମଧ୍ୟ ମାଲିକଙ୍କୁ ଘରର ଭୋଗ ଦଖଲ ରିପୋର୍ଟ ସହ ପୌର ପରିଷଦକୁ ଆପାର୍ଟମେଂଟ ନିର୍ମାଣ ଶେଷ ହୋଇଥିବା ରିପୋର୍ଟ ଜମି ମାଲିକ ଓ ବିଲଡର ପ୍ରଦାନ କରି ନ ଥିବା ଜଣାପଡିଛି । ସେହିପରି ଆପାର୍ଟମେଂଟର ୩୦ଟି ପ୍ଲାଂଟ ପାଇଁ ଆବଶ୍ୟକୀୟ ଚାରି ଚକିଆ ଗାଡିର ପାର୍କିଂର ସ୍ଥାନ କମ ଥିବା ଯୋଗୁଁ ଗାଡି ପାର୍କିଂ କରିବାକୁ ମାଲିକଙ୍କ ମଧ୍ୟରେ ବହୁ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି । ବିଲଡର ଏ ନେଇ ପ୍ଳଟ ମାଲିକମାନଙ୍କୁ ପାର୍କିଂ ପାଇଁ ସ୍ଥାନ ଦେଇ ନ ଥିବା ଜଣାପଡିଛି । ଜେନେରେଟର ମଧ୍ୟ ସଂଯୋଗ କରି ନ ଥିବା ଯୋଗୁଁ ବିଦ୍ୟୁତ କାଟ ସମୟରେ ବରିଷ୍ଠ ନାଗରିକ ସମେତ ରୋଗୀ ଲିଫ୍ଟ୍ ସୁବିଧାରୁ ବଂଚିତ ହେବା ସହ ଚାରି ମହଲା ବିଶିଷ୍ଟ ଆପାର୍ଟମେଂଟକୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସ.ପି.ଏ ପ୍ଲାନ ଅନୁଯାୟୀ ଆପାର୍ଟମେଂଟରେ ୨ଟି ବୋରୱେଲ ଖୋଳିବା ବଦଳରେ ବିଲଡର ଚଂଚକତା କରି ଗୋଟିଏ ମାତ୍ର ବୋରୱେଲ ଖୋଳି ଚୁପ ବସିଛି । ୩୦ଟି ପରିବାର ପାଇଁ ଗୋଟିଏ ବୋରୱେଲ ଯୋଗୁଁ ପାଣି ଟାଙ୍କି ଭର୍ତି ହେବାକୁ ଘଂଟା ଘଂଟା ସମୟ ଲାଗୁଛି । ଏପରିକି ଅଧିକାଂଶ ସମୟରେ ମୋଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଛି । ଯଦ୍ୱାରା ଆପାର୍ଟମେଂଟ ବାସୀ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ଳଟ ଗୁଡିକରେ ନିମ୍ନ ମାନର କାଠ କାମ ହୋଇଥିବା ବେଳେ ଶସ୍ତା ମୁଲ୍ୟର କବାଟ, ଝରକା ଲଗାଯାଇଥିବା ଅଭିଯୋଗ ହେଉଛି । ଗାଧୁଆ ଘରେ ପ୍ଳୋଂରିଂ ଟାଇଲ ଉଠିଯିବା, ନିମ୍ନମାନର ପାଇପ ଜିନିଷ ଲଗାଇବା ଯୋଗୁଁ ପ୍ଳଟ ଗୁଡିକର ବାଥରୁମରୁ ପାଣି ସିଙ୍କ୍ କରୁଛି । ବର୍ଷାଜଳ ନିଷ୍କାସନ ପାଇଁ ଉତର ପାଶ୍ୱର୍ରେ ଡ୍ରେନ ନିର୍ମାଣ ପାଇଁ ନିୟମ ରହିଥିବା ବେଳେ ପୌର ପରିଷଦର ନିୟମକୁ ଉଲଂଘନ କରି ବିଲଡର ଇଟାରେ କିଛି ଫୁଟ ଡ୍ରେନ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ବର୍ଷା ଦିନେ ଆପାର୍ଟମେଂଟ ଛାତରୁ ପାଣି ସଠିକ ଭାବେ ନିଷ୍କାସନ ନ ହୋଇ ବିଭିନ୍ନ ଫ୍ଲୋରରେ ଜଳ ମଗ୍ନ ହେଉଛି । ବିଲଡର ନାମକୁ ଅତି ନିକୃଷ୍ଟ ଧରଣର ସିସିି କ୍ୟାମେରା ଲଗାଇବା, ହାର୍ଡ ଡିକ୍ସ ଓ ମିନିଟର ନ ଲଗାଇବା ଯୋଗୁଁ ଆପାର୍ଟମେଂଟରେ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପାର୍ଟମେଂଟରେ ୨ଟି ସିଡି ନିର୍ମାଣ ପାଇଁ ଟାଉନ ପ୍ଲାଂନିଙ୍ଗ ଅନୁମୋଦନ ଥିଲେ ସୁଦ୍ଧା ବିଲଡର ମାତ୍ର ଗୋଟିଏ ସିଡି ନିର୍ମାଣ କରି ନିୟମକୁ ଖୋଲାଖୋଲି ଉଲଘଂନ କରିଛନ୍ତି । ଏପରିକି ଟାଉନ ପ୍ଲାଂନି ଓ ପୌର ପରିଷଦର ବିନା ଅନୁମୋଦନରେ ଜି୪ ଛାତ ଉପରେ ଏକ ବେଆଇନ ଭାବେ ପେଟଂ ହାଉସ ନିର୍ମାଣ କରି ଉକ୍ତ ଗୃହକୁ ବ୍ୟବହାର ପାଇଁ ପ୍ଳଟ ମାଲିକମାନଙ୍କୁ ନ ଦେଇ ନିଜ ସଂପର୍କୀୟ ନାମରେ ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରେସେନ କରିଥିବା ଅଭିଯୋଗ ହୋଇଛି । ବିଲଡର ବି.ଶ୍ରୀଧର ୨୦ଟି ଫ୍ଲାଟ ବିକ୍ରୀ କରି ବିଶାଖାପାଟଣାରେ ରହୁଥିବା ବେଳ ଜମି ମାଲିକ ରବିନ୍ଦ୍ର କୁମାର ସାହୁଙ୍କ ଭାଗରେ ପଡିଥିବା ୧୦ଟି ଫ୍ଲାଟ ମଧ୍ୟରୁ ୪ଟି ବିକ୍ରୀ କରି ୬ଟି ପ୍ଳଟ ଭଡାରେ ଲଗାଇଛନ୍ତି । ଚୁକ୍ତି ମୁତାବକ ସମସ୍ତ ସୁବିଧା ସୁଯୋଗ ଓ ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ଳଟ ମାଲିକ ମାନେ ବାରମ୍ବାର ବିଲଡର ଓ ଜମି ମାଲିକଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଏଥି ପ୍ରତି ଉଭୟ ଦୃଷ୍ଟି ଦେଉନଥିବା ନେଇ ପ୍ଳଟ ମାଲିକ ମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ପ୍ଳଟ ମାଲିକ ମାନେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପୌର ନିର୍ବାହୀ ଅଧିକାରୀ, ଏସ.ପି.ଏ ଅଧିକାରୀ. ରାୟଗଡା ଥାନା ଅଧିକାରୀଙ୍କ ନିକଟରେ ବିଲଡର ଓ ଜମି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଥିବା ଜଣାପଡିଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.