R.D. ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଅଭିଯୋଗ

କଳାହାଣ୍ଡି,୨୭/୫: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଥିବା ବେଳେ ଅନେକ ସମୟରେ ବିଭାଗିୟ କର୍ମଚାରୀଙ୍କ ପ୍ରିୟାପ୍ରତି ତୋଷଣ ଓ ଠିକାଦାର ପୋଷା ନିତି ଯୋଗୁଁ ସରକାରଙ୍କ ପ୍ରକୃତ ଲକ୍ଷ ସାଧିତ ହୋଇପାରୁ ନାହିଁ । ଏମିତି ଅନେକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରୁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କର୍ଲ।ମୁଣ୍ଡା ବ୍ଲକରେ ଆର୍.ଡ଼ି. ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମ ଗୁଡିକ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଥିଲେ ହେଁ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ସୂଚନା ମତେ ଏହି ବ୍ଲକର ବ୍ଲକ ସଦର ସ୍ଥିତ ଡାକ ବଙ୍ଗଳା ଅସପୂର୍ଣ ଗୃହକୁ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।

Udyog Nursery
Udyogi Nursery

ସେହିପରି ଭାବରେ ଡୁକେରମାଲ ଶାନ୍ତି ନଗର ପଡା ଦମକଳ ଅଫିସ ସାମନା ଏକ ଗ୍ରାମ୍ୟ ରାସ୍ତା ରେ ଆରଡ଼ି ବିଭାଗ ପକ୍ଷରୁ ମୁରୁମ ମେଟାଲ କାମ ଚାଲିଛି । ଏହି କାମରେ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗେଇବା ନିୟମ ଥିଲେ ମଧ୍ୟ ଏଠାରେ ତା’ର ଖୋଳା ଉଲ୍ଲଙ୍ଘନ କରାଯାଇଛି । ଏହି କାମର ଠିକାଦାର ଜଣକ ସ୍ଥାନୀୟ ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ବିଭାଗର ଅଧିକାରୀ ମାନେ ଜାଣି ଶୁଣି କିଛି କହୁ ନଥିବା ଚର୍ଚ୍ଚା ହେଉଛି । ଯାହା ଏହି ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଠିକ ସେହିଭଳି ରିଞ୍ଜା ସରବରା ଜୋର ନିକଟରେ ଗାର୍ଡୱେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମୁଖ୍ୟ ରାସ୍ତା କଡରେ ମେଟାଲ ପକେଇ ରଖିଥିବାରୁ ଲୋକ ମାନେ ଦୁର୍ଘଟଣା ଶିକାର ହେଉଛନ୍ତି । ଅନ୍ୟପଟେ ଗାର୍ଡୱେଲ ନିର୍ମାଣରେ ନିମ୍ନ ମାନର ମେଟାଲ ବ୍ୟବହାରକୁ ଗ୍ରାମ ବାସୀ ବିରୋଧ କରୁଥିଲେ ମଧ୍ୟ ଠିକାଦାର ଦବଙ୍ଗ ଗିରି ଚଳେଇଥିବା ଅଭିଯୋଗ ହେଉଛି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.