ବାଲେଶ୍ବର ସିଭିଲ୍ ସୋସାଇଟି ସଜାଡ଼ିବ ନେସ୍କୋର ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ସେବା : ୬ଦଫା ଦାବି ସହ ଆନ୍ଦୋଳନ ଚେତାବନୀ

● ସମସ୍ୟା ସମାଧାନ ନହେଲେ ଜୁନ୍ ୧୫ ପରେ ବିଦ୍ୟୁତ୍ ଗ୍ରାହକମାନେ ଆନ୍ଦୋଳନକୁ ଓହ୍ଲାଇବେ
●ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଅଭିଯୋଗପତ୍ର

ବାଲେଶ୍ବର,୨୮/୫(କୃଷ୍ଣ କୁମାର ମହାନ୍ତି): ନେସ୍କୋ ବିଦ୍ୟୁତ୍ ବିତରଣ ସଂସ୍ଥା ଦ୍ବାରା ବିଦ୍ୟୁତ୍ ଗ୍ରାହକମାନଙ୍କୁ ଶୋଷଣ କରାଯାଉଛି। ଏପରି ଅଭିଯୋଗ ଆଣିଛି କରି ‘ବାଲେଶ୍ବର ସିଭିଲ୍ ସୋସାଇଟି’। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବୁଧବାର ଦିନ ସାକ୍ଷାତ କରି ଏକ ଅଭିଯୋଗପତ୍ର ପ୍ରଦାନ କରିଛି ସୋସାଇଟିର ସଦସ୍ୟ ସଦସ୍ୟାମାନେ। ଛଅ ଦଫା ସଂବଳିତ ଦାବିପତ୍ରରେ ନେସ୍କୋ କତ୍ତୃର୍ପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍, ମିଟର ଭଡ଼ା ଓ ଇଲେକ୍ଟ୍ରିସିଟି ଡ୍ୟୁଟି ପ୍ରଭୃତି ଆଳରେ ବିଦ୍ୟୁତ୍ ଗ୍ରାହକମାନଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରାଯାଉଥିବାର ଅଭିଯୋଗ କରାଯାଇଛି। ଏହାଛଡ଼ା ଅଘୋଷିତ ବିଜୁଳିକାଟ୍, ନିମ୍ନମାନର ବିଦ୍ୟୁତଶକ୍ତି ଯୋଗାଣ ଓ ଦୀର୍ଘବର୍ଷ ଧରି ବିଦ୍ୟୁତ୍ ତାର, ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର୍ ମରାମତି କିମ୍ବା ପରିବର୍ତ୍ତନ କରାଯାଉ ନଥିବାରୁ ବିଦ୍ୟୁତ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର କୁହାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତିମାସର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ମିଟର ରିଡିଂ ନେଇ ସରଳ ଓଡ଼ିଆଭାଷାରେ ବିଲ୍ ପ୍ରଦାନ କରାଯାଉ ଓ ବିଲ୍ ପଇଠ ପାଇଁ ସର୍ବନିମ୍ନ ୧୫ଦିନ ସମୟ ପ୍ରଦାନ କରାଯାଉ। ବିଦ୍ୟୁତ୍ ମିଟର କିଣିଥିବା ଗ୍ରାହକମାନଙ୍କ ଠାରୁ ଆଦାୟ କରାଯାଇଥିବା ମିଟର ରେଣ୍ଟ ଫେରସ୍ତ କରାଯାଉ। ବିଦ୍ୟୁତ୍ ଶକ୍ତି ବ୍ୟବହାର ବାବଦରେ ଶୁଳ୍କ ବ୍ୟତୀତ ଅନ୍ୟ ବିଭିନ୍ନ ପ୍ରକାର ବେଆଇନ୍ କର ପ୍ରତ୍ୟାହାର କରାଯାଉ। ମରାମତି ଅଭାବରୁ ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି କରୁଥିବା ତାର, ଖୁଣ୍ଟ, ଟ୍ରାନ୍ସଫରମର୍ ପ୍ରଭୃତିକୁ ତୁରନ୍ତ ମରାମତି କିମ୍ବା ବଦଳ କରାଯାଉ। କରୋନା ଓ ଅଂଫାନ୍ ଭଳି ପ୍ରାକୃତିକ ବିପତ୍ତିବେଳେ ଗତ ମାର୍ଚ୍ଚ, ଏପ୍ରିଲ୍ ଓ ମଇ ମାସର ବିଦ୍ୟୁତ୍ ଶୁଳ୍କ ଘରୋଇ ଉପଭୋକ୍ତାମାନଙ୍କୁ ଛାଡ଼ କରାଯାଉ। ବିଦ୍ୟୁତ୍ ଗ୍ରାହକ ଅନୁପାତରେ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ପାଇଁ ସୋସାଇଟି ତରଫରୁ ଦାବି କରାଯାଇଛି। ଯଦି ପ୍ରଶାସନ ଓ ନେସ୍କୋ କତ୍ତୃର୍ପକ୍ଷ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାଗୁଡ଼ିକ ସମାଧାନ ନକରନ୍ତି ତେବେ ଜୁନ୍ ୧୫ ତାରିଖ ପରେ ବ୍ୟାପକ ଆନ୍ଦୋଳନକୁ ବିଦ୍ୟୁତ୍ ଗ୍ରାହକମାନେ ଓହ୍ଲାଇବେ ବୋଲି ସୋସାଇଟି ଚେତାବନୀ ଦେଇଛି।

Udyog Nursery
Udyogi Nursery

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ସାହିରୁଲ୍ ହକ୍, ଅଭୟ ଦାସ, ପରମାନନ୍ଦ ପଣ୍ତା, ଜୟନ୍ତ ଦାସ, ବାସନ୍ତୀ ସାମଲ୍, ରତିକାନ୍ତ ପାତ୍ର, ଜିତେନ୍ଦ୍ର ରାଉତ, ସରସ୍ବତୀ ପଣ୍ତା, ବିକାଶ ଦାସ, ରୋଜି ପଟ୍ଟନାୟକ, ନମିତା ସାହୁ, ଅଭିଜିତ୍ ପଣ୍ତା, ନିରଞ୍ଜନ ପ୍ରଧାନ, ମହମ୍ମଦ ଇସଲାମ୍, ଜୟନ୍ତୀ ଦତ୍ତ, ଲକ୍ଷ୍ମୀଧର ରଣା, ବେଣୁଧର ବାରିକ୍, ଜୟନାରାୟଣ ପଣ୍ତା, ଦେବବ୍ରତ ପାଣିଗ୍ରାହୀ, ଅରୁଣ ଜେନା, ହିମାଂଶୁ ଦାସ, ନିରଞ୍ଜନ ପରିଡ଼ା ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.