ମାଟି ଅତଡା ଖସି ମହିଳା ମୃତ, ଅନ୍ୟ ଜଣେ ଗୁରୁତର

ରାୟଗଡ,୨୭/୫ : ରାୟଗଡ ଆମ୍ବାଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । କୁମ୍ଭାର କାମ ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ମାଟି ଅତଡା ଖସି ଯିବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ଆଉ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମୃତ ମହିଳା ଜଣଙ୍କ ଡୁମୁଣୀ କାଶି ବୋଲି ଜଣାପଡିଥିବା ବେଳେ ଗୁରୁତର ହୋଇଥିବା ମହିଳା ଜଣକ ଲଳିତା କାଶୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ପ୍ରକାରେ ରାୟଗଡ ସହରର ଆମ୍ବାଗୁଡା ଗ୍ରାମର ଡୁମୁଣୀ ଓ ଲଲିତା କୁମ୍ଭାର ସଂପ୍ରଦାୟର ହୋଇଥିବା ଯୋଗୁଁ ସେମାନେ ମାଟି ଆଣିବା ପାଇଁ ନିକଟସ୍ଥ ଏକ ସ୍ଥାନକୁ ଯାଇ ମାଟି ଆଣିବା ସମୟରେ ହଠାତ ଉପରୁ ମାଟି ଅତଡା ଏମାନଙ୍କ ଉପରେ ଖସି ପଡିଥିଲା । ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ । ଖବରପାଇ ଗ୍ରାମବାସୀମାନେ ଡୁମୁଣୀ ଓ ଲଲିତାଙ୍କୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଡୁମୁଣୀ କାଶିକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଲଲିତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.