ପଙ୍ଗପାଳ ମୁକାବିଲାର ଅଗ୍ରଗତି ନେଇ ପୁଣି ବୈଠକ ଡାକିଲେ ଜିଲ୍ଳାପାଳ

ରାୟଗଡ,୪/୬ : ପଙ୍ଗପାଳର ମୁକାବିଲା ନିମେନ୍ତ ଜନୁ ୨ତାରିଖ ବୈଠକରେ ହୋଇଥିବା ଆଲୋଚନା ଉପରେ ନିଆଯାଇଥିବା ପଦକ୍ଷେପଗୁଡିକର ଅଗ୍ରଗତି ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗୁରୁବାର ସଂଧ୍ୟାରେ ପୁଣି ଏକ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ ରାଜ୍ୟଗୁଡିକରେ ପଙ୍ଗପାଳ କୀଟ ଉଡିଆସି ଫସଲ ନଷ୍ଟ କରୁଥିବା ଖବରକୁ ନେଇ ଉକ୍ତ ପଡୋଶୀ ରାଜ୍ୟଗୁଡିକର ସୀମାନ୍ତ ଓଡିଶାର ଜିଲ୍ଳାଗୁଡିକର ଜିଲ୍ଳାପାଳମାନଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ନନ୍ଦକିଶୋର ସିଂ, ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣୀ, ବନ ବିଭାଗର ଏସିଏଫ ପ୍ରଦୀପ କୁମାର ଭତ୍ରା ଓ ସୁଶାନ୍ତ କୁମାର ସେଠୀ, ଅଗ୍ନିଶମ ଅଧିକାରୀ ଯାନି ଶୁଭାରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଭାଗୀୟ ଅଗ୍ରଗତି ସଂପର୍କରେ ଜିଲ୍ଳାପାଳଙ୍କୁ ଅବଗତ କରାଇଥିଲେ ।

ବିଭାଗିୟ ଅଧିକାରୀମାନେ ପଡୋଶୀ ଜିଲ୍ଳାଗୁଡିକରୁ ପଙ୍ଗପାଳ ଆସିବା ଖବର ବର୍ତମାନ ସୁଦ୍ଧା ମିଳି ପାରି ନ ଥିବା ବେଳେ ଉକ୍ତ ପଡୋଶୀ ଜିଲ୍ଳାଗୁଡିକର ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ରହିଥିବା ବୈଠକରେ ପ୍ରକାଶ କରାଯାଇଛି । ଜିଲ୍ଳାର ସମସ୍ତ ୧୮୨ ଗ୍ରାମ ପଂଚାୟତର ପ୍ରାୟ ୧୮୬୧୧ଜଣ ଚାଷୀଙ୍କୁ ଫୋନ ଓ ୱାଟସଆପ୍ ମାଧ୍ୟମରେ ଅବଗତ କରାଯାଇଛି । କୃଷକମାନଙ୍କୁ ଲିଫଲେଟ୍ ମାଧ୍ୟମରେ ଏବଂ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି । ଫଳରେ ପ୍ରାୟ ସମସ୍ତ ଚାଷୀ ନିଜ ଫସଲକୁ ଅମଳ କରି ସାରିଥିବା ବେଳେ ୨୦ପ୍ରତିଶତ ବାକି ଅମଳ କରିବାର ରହିଛି । ସେହିପରି ବନ ବିଭାଗ ତରଫରୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକ୍ରିୟା ପ୍ରସ୍ତୁତ ରହିଥିବା ବନ ବିଭାଗ ଅଧିକାରୀମାନେ ଜିଲ୍ଳାପାଳଙ୍କୁ ସୂଚନା ଦେଇଥିଲେ । ସମସ୍ତ ଅଗ୍ରଗତି ସଂପର୍କରେ ଅବଗତ ହେବା ପରେ ପଙ୍ଗପାଳ ମୁକାବିଲା ପାଇଁ କୀଟନାଶକ ବ୍ୟବସ୍ଥା କରିବାକୁ ଓ ସତର୍କ ରହିବା ପାଇଁ କୃଷି,ଉଦ୍ୟାନ କୃଷି ଓ ବନ ବିଭାଗ ସମେତ ଅଗ୍ନିଶମ ବିଭାଗକୁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.