ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକୁ କଡାକଡି ଭାବେ ପାଳନ : ମାସ୍କ ଓ ହେଲମେଟ ଯାଞ୍ଚ କରି ସାବାଡ କଲା ଦୋରାଗୁଡା ପୋଲିସ୍

କାଶିପୁର,୪/୬: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୋରାଗୁଡ଼ା ପୋଲିସ ପକ୍ଷରୁ ଆଜି ଗାଡି କାଗଜ ପତ୍ର, ହେଲମେଟ ଓ ମାସ୍କ ଯାଞ୍ଚ କରି ସର୍ବ ମୋଟ ୭୧୦୦ ଟଙ୍କା ଆଦାୟ କରାଯାଇଛି । କରୋନା ସଂକଟ ଯୋଗୁଁ ରାଜ୍ୟ ସରକାର ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଏହାକୁ କଡାକଡି ଭାବେ ନିୟମ ଲାଗୁ କରା ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାହାକୁ ଆଧାର କରି ଦୋରଗୁଡ଼ା ଆଇଆଇସି ଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ୍ ପକ୍ଷରୁ ହେଲମେଟ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୩୫୦୦, ଅଭର ଲୋଡ୍ ବାବଦକୁ ୧୦୦୦ ଓ ମାସ୍କ ଯାଞ୍ଚ ୧୩ଜଣଙ୍କ ଠାରୁ ୨୬୦୦ ଟଙ୍କା ଆଦାୟ କରାଯାଇଥିଲା ।

Udyog Nursery
Udyogi Nursery

ଯେଉଁ ମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କୁ ଟଙ୍କା ଆଦାୟ ସହ ଆଗକୁ ମାସ୍କ ନପିନ୍ଧି ଧରା ପଡିଲେ ଦ୍ଵିତୀୟ ଥର ୫୦୦ ଓ ତୃତୀୟ ଥର ଧରା ପଡିଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଲୋକଙ୍କୁ ଦୋରଗୁଡା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।ଦୋରଗୁଡ଼ା ଆଇଆଇସି କୃଷ୍ଣ ଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଧେଶ କ୍ରମେ ବାବୁଲା ସାମଲ ଏହାକୁ ତୁଲାଇ ଥିବା ଶ୍ରୀ ଭତ୍ରା ସୂଚନା ଦେଇଛନ୍ତି ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.