ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ : ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ପଞ୍ଚାୟତବାସୀ

ସଇଁତଲା,୨୬/୬: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଜନପ୍ରିୟ ଯୋଜନା ‘ଆବାସ ଯୋଜନା’ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର କେତେକ ପଞ୍ଚାୟତରେ ବାଟବଣା ହେଉଥିବା ପରିଳକ୍ଷିତ ହେଉଛି । ଏହି ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଳି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆବାସ ଯୋଜନା ପାଲଟିଛି ସାତ ସପନ। ସୂଚନା ଯୋଗ୍ୟଯେ ପଞ୍ଚାୟତରେ ଅନିୟମିତତା ହେଉଥିବାସହ ଏସଇସିସି କ୍ରମିକ ନମ୍ବରଥିବା ବ୍ୟକ୍ତିମାନଙ୍କୁ କାର୍ଯ୍ୟାଦେଶ ମିଳୁନ ଥିବାବେଳେ ଧନୀ ଲୋକଙ୍କୁ ମିଳୁଛି ବୋଲି ଅଭିଯୋଗ କରିବା ସହ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗଣ୍ଡପତ୍ରାପାଲି ଗ୍ରାମବାସୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ପଞ୍ଚାୟତରେ ଗତ କିଛି ମାସ ତଳେ ହିତାଧିକାରୀମାନେ ଦୁର୍ନୀତି ଅଭିଯୋଗ ଆଣି ପଞ୍ଚାୟତକୁ ତାଲା ପକେଇ ଥିଲେ । ପରେ ବ୍ଲକ ପ୍ରଶାସନ ହିତାଧିକାରୀ ମାନଙ୍କୁ ବୁଝା ସୁଝା କରିବା ପରେ ତାଲା ଖୋଲି ଥିଲେ। ବ୍ଲକ ପ୍ରଶାସନ ତୁରନ୍ତ ଘଟଣାକୁ ତଦନ୍ତ କରି ଯୋଗ୍ୟ ହିତାଧିକାରିଙ୍କୁ ଆବାସ ଯୋଜନା ମାଧ୍ୟମରେ ଘର ପ୍ରଦାନ କରାଯାଉ ବୋଲି ଖୁସିରାମ ଜାନି, ସୁଶୀଲ ସୁନା, ମହେନ୍ଦ୍ର ରଣା, ଡୁଲେଶ୍ବର ଠାକୁର, କେଶବ ଠାକୁର ପ୍ରମୂଖ ଦାବି କରିଛନ୍ତି।

Udyog Nursery
Udyogi Nursery

ସଇଁତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.