ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରୀ

କୋକସରା,୨୮/୬: କୋକସରା ଥାନା ଟେମରା ପଞ୍ଚୟତ ସିର୍ଲିଗୁଡାର ଜଣେ ବିବାହିତ ଯୁବକ ଜରାସନ୍ଧ ଭଇଁସାଲ(୨୮) ନିଜ ଶୋଇବା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମତେ ଯୁବକ ଜଣକ ଦାଦନ ଖଟିବାକୁ ଯାଇ ମାସେ ତଳେ ନିଜ ଗାଁ କୁ ଆସିଥିଲେ । ତେବେ ପାରିବାରିକ ଅଶାନ୍ତିକୁ ନେଇ ମାନସିକ ସ୍ତରରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।କୋକସରା ପୋଲିସ ପହଂଚି ଶବ ଉଦ୍ଧାର କରିବା ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇ ତଦନ୍ତ କରୁଥିବା ନେଇ ତଦନ୍ତ କାରୀ ପୋଲିସ ଏଏସଆଇ ପଙ୍କଜ ପ୍ରଧାନ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.