କଳାହାଣ୍ଡି,୨୯/୬: ଭବାନୀପାଟଣା ଏଚଡ଼ିଏଫସି ବ୍ୟାଙ୍କ ଦ୍ୱାରା ଅନେକ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଥର ସ୍ଥାନୀୟ ମାଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ କୁସୁମଦର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମ୍ୟାନେଜର ବାଳକୃଷ୍ଣ ପଣ୍ଡା, ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ପୂଜାରୀ, ରାହୁଲ ଦୁର୍ଗା, ବିଭୁରଞ୍ଜନ ପଣ୍ଡା, ବିଶ୍ୱରଞ୍ଜନ ମହାନ୍ତି, ସୁପ୍ରତୀମ ବେହେରା ଓ ସ୍ଥାନୀୟ ଫରେଷ୍ଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସାମାଜିକ ବନୀକରଣ ଦିଗରେ ଏକ ଉତ୍ସାହ ଯୋଗାଇବା ସହ ଲୋକ ସଚେତନ ହେବେ ବୋଲି ମ୍ୟାନେଜର ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଦୁଇଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ଶାଗୁଆନ, ନୀଳଗିରି, ନିମ୍ୱ, ପିଜୁଳି, ଇତ୍ୟାଦି ଚାରାରୋପଣ କରାଯାଇଥିଲା।