ଜୁନାଗଡ,୨୯/୬: ଜୁନାଗଡ଼ ବ୍ଲକ କନ୍ଦରିପଦର ନିକଟସ୍ଥ ମହୁଲ ପଡ଼ା ଠାରେ ହୋଇଥିବା ମନରେଗା ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନେ କାର୍ଯ୍ୟ ସମ୍ପାଦନ କରି ମାସ ମାସ ଧରି ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ପାଞ୍ଚ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟର ଶ୍ରମିକ ମାନଙ୍କ ବକେୟା ପ୍ରାପ୍ୟ ସମ୍ପର୍କରେ ପଞ୍ଚାୟତ ଗ୍ରାମ୍ୟ ରୋଜଗାର ସେବକଙ୍କୁ ପଚାରିବାରୁ ବ୍ୟାଙ୍କ ସମସ୍ୟା ଯୋଗୁଁ ଏପରି ହୋଉଛି ଓ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।
ଅନ୍ୟପଟେ ଏନେଇ ଶ୍ରମିକ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ଯଥାଶୀଘ୍ର ମନରେଗା କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ, ମୁଣ୍ଡରଗୁଡା ପଞ୍ଚାୟତ ତଥା ଏହି ବ୍ଲକର ମନରେଗା କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in