ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ସଇଁତଲା,୩୦/୬: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବୁଡାବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁକେଳ ଗାଁ ପୋଖରୀରେ ଆଜି ସକାଳୁ ଏକ ମହିଳାଙ୍କ ମୃତ ଶରୀର ଭାସୁଥିବା ଅବସ୍ଥାରେ ଗ୍ରାମ ବାସୀ ଦେଖି ସଇଚଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସଇଁତଲା ଅଗ୍ନିଶମ କର୍ମଚାରୀ ଆସି ଶବକୁ ଉଦ୍ଧାର କରିଥିଲେ । ମୃତ ମହିଳା ଜଣକ ବାବୁକେଳ ଗାଁର ରମା ସେଳମା ବୋଲି ଜଣାପଡିଛି । ମୃତ ମହିଳାଙ୍କ ସ୍ଵାମୀ କହିବା ଅନୁସାରେ ଗତ ଦୁଇ ଦିନ ହେଲା ରମା ନିଖୋଜ ଥିଲେ । ଅନ୍ୟପଟେ ସଇଁତଲା ପୋଲିସ କେସ୍ ନମ୍ବର ୧୧/୩୦,୬,୨୦୨୦ ରୁଜୁ କରି ଟିଟିଲାଗଡ଼କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସଇଁତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.