ଭବାନୀପାଟଣାରେ ଉଦଘାଟିତ ହେଲା ପ୍ରକୃତି ସ୍ମାର୍ଟ ସ୍କୁଲ

ଜୁନାଗଡ,୨/୭: ଭବାନୀପାଟଣାରେ ଆଜି ପ୍ରକୃତି ସ୍ମାର୍ଟ ସ୍କୁଲ ନାମକ ଏକ ବେସରକାରୀ ବିଦ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ସହରର ମନ୍ଦାରବଗିଚା ପଡ଼ାର ଲାଲବହାଦୁର ଷ୍ଟାଡିଅମ ନିକଟରେ ଉଦଘାଟିତ ଏହି ‘ପ୍ରକୃତି ସ୍ମାର୍ଟ ସ୍କୁଲ’ରେ ଆଧୁନିକ ଡିଜିଟାଲ ଶିକ୍ଷାକୁ ଆଖି ଆଗରେ ରଖି ଡିଜିଟାଲ ବ୍ଲାକବୋର୍ଡ଼ ଜରିଆରେ ନର୍ସରୀ, ଏଲକେଜି, ୟୁକେଜି ଶ୍ରେଣୀରେ ଗରିବ, ମଧ୍ୟମ,ଉଚ୍ଚ ବର୍ଗ ର ପିଲା ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଡିଜିଟାଲ ଡିଭାଇସ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଦିଆଯିବ ବୋଲି ପ୍ରକୃତି ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ସାହୁ ପ୍ରକାଶ କରିଛନ୍ତି ।

ଉଦଘାଟନୀ ସମାରୋହରେ ରାଜ୍ୟ ସ୍ତରୀୟ ବିକଲାଙ୍ଗ ମଞ୍ଚ କଳାହାଣ୍ଡି ଶାଖାର ସମ୍ପାଦକ ଡୋଳାମଣି ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ସଂସ୍କାର ଭାରତୀର ପ୍ରମୁଖ ତଥା ମହିଳା ମଞ୍ଚ ଯୋଗ ର ପଥ ପ୍ରଦର୍ଶକ ସଂଯୁକ୍ତା ସା, ଅବଶର ପ୍ରାପ୍ତ ଓଇଏସ ଯୁଗଳ କିଶୋର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ‘ପ୍ରକୃତି’ ର ସାଧାରଣ ସମ୍ପାଦକ ଜୟନ୍ତ କୁମାର ପଧାନଙ୍କ ସହ ଶେଷଦେବ ସାହୁ, ଅଗସ୍ତି ପଧାନ, ରାଜେଶ ଦାସ ପ୍ରମୂଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁଶିଲ ମାଝୀ, ପିମନ୍ତ ପଧାନ,ବିକ୍ରମ ପହରିଆ, ଉମାଶଙ୍କର ସାହୁ, ପିତାମ୍ବର ଶବର,ଗୁଳସନ ପୁଟେଲ ପ୍ରମୂଖ ସହଯୋଗ କରିଥିଲେ ।

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.