ପାନୀୟ ଜଳ ସଂକଟରେ ବ୍ୟତିବ୍ୟସ୍ଥ ସହରବାସୀଙ୍କ ଜୀବନ

ସମସ୍ୟାର ଆଶୁ ସମାଧାନ ନ ହେଲେ ଆଗକୁ ହୋଇପାରେ ଜନ ଆନ୍ଦୋଳନ

ଧର୍ମଗଡ,୨/୭: କିଛି ଦିନ ହେଲା ଧର୍ମଗଡ ସହରରେ ଜଳ କଷ୍ଟ ଜନଜୀବନକୁ ବ୍ୟତିବ୍ୟସ୍ଥ କରି ଦେଇଛି । ୧୪ ଟି କାଉନସିଲକୁ ନେଇ ଗଠିତ ଏହି ସହରରେ ୧୭ ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି । ଏମାନଙ୍କ ପାଇଁ ରହିଛି ୨୫ଟି ନଳକୂପ । ତେବେ ପାଣି ଟାଙ୍କି ହିଁ ଲୋକଙ୍କ ସହା ଭାରସା । ଅଧିକାଂଶ ସମୟରେ ନଳକୂପ ଖରାପ ଏବଂ ଟ୍ୟାପଗୁଡିକ ଅଚଳ ରହୁଥିବାରୁ ସହରରେ ଥିବା ଗୋଟିଏ ମାତ୍ର ପାଣି ଟାଙ୍କି ହିଁ ତୃଷା ନିବାରଣ କରିଥାଏ ।

ପାନୀୟ ଜଳ ସଙ୍କଟକୁ ନେଇ ସହରବାସୀ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିଙ୍କୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ ବୋଲି ସହରବାସୀ କହିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ୨ଟି ଓଭର ହେଡ ଟାଙ୍କି କରାଯାଇଛି ଓ ସହରରେ ଗଭୀର ନଳକୂପ କରି ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଲୋକେ ପାଣି ପାଇ ପାରୁନାହାନ୍ତି । ସମୟ ସମୟରେ କୌଣସି କାରଣରୁ ଏସବୁ ବନ୍ଦ ରହିଥିବାରୁ ଜଳ ଯୋଗାଣ ବ୍ୟାହତ ହେଉଛି । ତେଣୁ ସହରର ବିଭିନ୍ନ ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଛି ବୋଲି ସହରବାସୀ ପ୍ରକାଶ କରିଛନ୍ତି । ପାନୀୟ ଜଳ ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଏହା ଆନ୍ଦୋଳନ ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଲବଣି ରାଉତ ଯାଦବଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.