ଗଜପତି ଜିଲ୍ଳା ଡିଆଇପିଆରଓଙ୍କ ବିୟୋଗରେ ରାୟଗଡରେ ଶୋକସଭା ଓ ନୀରବ ପ୍ରାର୍ଥନା

ରାୟଗଡ,୧୬/୭: ରାୟଗଡ ଜିଲ୍ଳାର ତତ୍କାଳୀନ ତଥା ବର୍ତମାନ ଗଜପତି ଜିଲ୍ଳାର ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆରଓ) ଭାବେ କାର୍ଯ୍ୟରତ ରବିଚନ୍ଦ୍ର ନାୟକଙ୍କ ଅକାଳ ବିୟୋଗରେ ରାୟଗଡ ଡିଆଇପିଆରଓ କାର୍ଯ୍ୟାଳୟରେ ରାୟଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କ ଗହଣରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ୱର୍ଗତଃ ରବିଚନ୍ଦ୍ର ନାୟକ ରାୟଗଡ ଜିଲ୍ଳାରେ ଗତ ୨୦୧୪ ମସିହା ନଭେମ୍ବର ୧ ତାରିଖ ଠାରୁ ୨୦୧୭ ମସିହା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ସେ କିଛି ଦିନ ଧରି ଜିଲ୍ଳା ସଂସ୍କୃତି ଅଧିକାରୀ ଭାବେ ଭାରପ୍ରାପ୍ତ ଦାୟିତ୍ୱ ତୁଲାଇଥିଲେ । ସେ ଜଣେ ସରଳ, ମିଷ୍ଟଭାଷୀ, ଅମାୟକ ବ୍ୟକ୍ତିତ୍ୱ ଥିଲେ । ଜିଲ୍ଳାରେ ସାମ୍ବାଦିକଙ୍କ ଯେ କୈାଣସି ସମସ୍ୟାକୁ ପ୍ରଶାସନ ନିକଟରେ ସେ ସବୁବେଳେ ଉପସ୍ଥାପନା କରି ସମାଧାନ କରିବାକୁ ଚେଷ୍ଠିତ ରହିଥିଲେ । ତେବେ ସେ ଦୀର୍ଘ ଦିନରୁ ଶ୍ୱାସଜନିତ ରୋଗ ସହ ମଧୁମେହ ରୋଗୀ ଭାବେ ଚିକିତ୍ସିତ ହେଉଥିବା ବେଳେ ଗତ ୧୫ବର୍ଷ ତଳେ ତାଙ୍କର ହାର୍ଟ ଅପରେସନ ଚିକିତ୍ସା ମଧ୍ୟ ହୋଇଥିଲା । ତେବେ ମହାମାରୀ କରୋନା ସଂକ୍ରମଣରେ ସେ ଆକ୍ରାନ୍ତ ହୋଇ ଗତ ୧୩ ତାରିଖରୁ ଭୁବନେଶ୍ୱର ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭ୍ୟାନଟିଲାଟେରରେ ରହି ଚିକିତ୍ସାଧୀନ ହେଉଥିଲେ । ତେବେ ଜୁଲାଇ ୧୫ତାରିଖ ରାତ୍ର ୯ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

Udyog Nursery
Udyogi Nursery

ସ୍ୱର୍ଗତଃ ଶ୍ରୀ ନାୟକଙ୍କ ଦେହାନ୍ତ ଖବର ପ୍ରସାରିତ ପରେ ରାୟଗଡ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାଗିରଥୀ ଗମାଙ୍ଗ, କ୍ଷୀପ୍ରଲେଖିକା କୁମୁଦିନି ମିଶାଲ, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ଓ ଇାଇବ୍ରେରିଆନ୍ ମାରିଆନା କିରୋଙ୍କ ସମେତ ସୂଚନା ଓ ଲୋକ ସଂପର୍କ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁସିକା, କାର୍ଯ୍ୟରତ ସାମ୍ବାଦିକ ରଂଜନ ରଥ, ରଶ୍ମିରଂଜନ ଦୋରା, ଗୋପରଂଜନ ବକ୍ସିପାତ୍ର, ଶିବ ନାରାୟଣ ଗଉଡ, ସୁବ୍ରତ ଚୈାଧୁରୀ, ଅମଜଦ ଅଲ୍ଳୀ, ସୁରେଶ ଚନ୍ଦ୍ର ମିଶ୍ର, ସୁରେଶଚନ୍ଦ୍ର ଦାଶ, ସଂଗ୍ରାମ ପଟ୍ଟନାୟକ, ସୁଶାନ୍ତ ପ୍ରଧାନ, ରବିନ୍ଦ୍ର ପାଟ୍ଟଖଣ୍ଡଳ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ କୁମାର ଦଳେଇ, ଦୁର୍ଗାପ୍ରସାଦ ପାଢୀ, ଗୋପୀନାଥ ଗୈାଡ, ମୃତ୍ୟୁଂଜୟ ନନ୍ଦ, କେ.କେ.ଜେନା, ରାମଦାସ ଲିମା, ସୁବାଷ ସୂର୍ଯ୍ୟା, ବି.ରାମଣା, ଅମୂଲ୍ୟ ନିଶାଙ୍କ, ଗୈାରୀପ୍ରସାଦ ପଟ୍ଟନାୟକ, ରଂଜନ ମହାନ୍ତି, ସ୍ମୃତି ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତଃ ଶ୍ରୀ ନାୟକଙ୍କ ଫୋଟଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଂଜଳି ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ସ୍ୱର୍ଗତଃ ଶ୍ରୀ ନାୟକ ନିଜ ଚାକିରି କାଳରେ ରାୟଗଡ ଜିଲ୍ଳାରେ ୩ବର୍ଷ ବିତାଇଥିବା ସମୟ ମଧ୍ୟରେ ସେ ସାମ୍ବାଦିକମାନଙ୍କ ସହ ରଖିଥିବା ସୁସପଂର୍କ ଓ ତାଙ୍କ ଭଲ ବ୍ୟବହାରକୁ ମନେପକାଇ ସାମ୍ବାଦିକମାନେ ସ୍ମୃତିଚାରଣ କରିଥିଲେ । ରାୟଗଡ ଜିଲ୍ଳା ଡିଆଇପିଆରଓ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେବା ସହ ଖବର ସଂଗ୍ରହ ନିମନ୍ତେ ଯାଉଥିବା ବେଳେ ସାମାଜିକ ଦୂରତାକୁ ବିଶେଷ ଦୃଷ୍ଟି ଦେବା ସହ ମାସ୍କ ପରିଧାନ କରିବା, ସାନିଟାଇଜର ଓ ସାବୁନରେ ହାତ ଧୋଇ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.