ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢାଇଲା ରାଏମନ ଫାଉଣ୍ଡେସନ

ସଇଁନ୍ତଳା,୧୬/୭: କରୋନା ସଂକଟ ମଧ୍ୟରେ ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛି ରାଏମନ ଫାଉଣ୍ଡେସନ ।ଫାଉଣ୍ଡେସନର ନେତ୍ରୀ ରଞ୍ଜୁ ସାଇମନ ଟିଟିଲାଗଡର ମଦନଜାଲ ଛକ ନିକଟରେ ରହୁଥିବା ଅସହାୟ ଚନ୍ଦ୍ରା ସୁନାଙ୍କୁ କିଛି ରାସନ ସାମଗ୍ରୀ ଯୋଗାଇ ଦେବାସହ ଘର ଢାଙ୍କିବା ପାଇଁ ପଲିଥିନର ବ୍ୟବସ୍ତା କରିଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଯୋଗ୍ୟ ଯେ, ଫେଲେରିଆ ରୋଗରେ ପୀଡିତ ହୋଇ ୬୭ ବର୍ଷିଆ ବିଧବା ବୃଦ୍ଧା ଚନ୍ଦ୍ରା ସୁନା ଅତି କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି । ଆହା ସାହା ହେବାକୁ କେହି ନାହିଁ । ଭଙ୍ଗା କୁଡ଼ିଆରେ ବିତୁଛି ଦିନ । ଏହି ଖବର ପାଇବା ପରେ ଆଜି ରାଏମନ ଫାଉଣ୍ଡେସନ ତାଙ୍କୁ ସହଯୋଗର ହାତ ବଢାଇଛି । ରାଏମନ ଫାଉଣ୍ଡେସନର ଏହି କାର୍ଯ୍ୟଧାରାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Udyog Nursery
Udyogi Nursery

ସଇଁନ୍ତଳା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.