ଚାଷ ଜମିର ବିଦ୍ୟୁତ୍ ତାର ଲାଗି ନାବାଳକ ମୃତ୍ୟୁ

କୋରାପୁଟ/ନବରଙ୍ଗପୁର,୧୭/୭: ମକା ଜମିରେ କାମ କରିବା ସମୟରେ ଜମିରେ ଲାଗିଥିବା ବିଦ୍ୟୁତ୍ ତାର ଲାଗି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶଙ୍କରଡ଼ା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା ।

ପ୍ରାପ୍ତ ସୂଚନା ଆଧାରରେ ଶଙ୍କରଡ଼ା ଗ୍ରାମର କିଛି ନାବାଳକ ଓ ନବାଳିକା ଉକ୍ତ ଗ୍ରାମର ରମେଶ ମଣ୍ଡଲଙ୍କ ମକା ଜମିରେ ସାର ଦେଉଥିଲେ । ଏହି ସମୟରେ ସେଥି ମଧ୍ୟରୁ ୯ ବର୍ଷର ଜଣେ ନାବାଳକ କାର୍ତ୍ତିକ ଭତ୍ରା ପାଣି ପିଇବା ପାଇଁ ସେହି ମାଲିକଙ୍କ ଅନ୍ୟ ଏକ ଜମି ଭିତରକୁ ପଶିବା ସମୟରେ ତାର ବାଡ଼ରେ ଲାଗିଥିବା ସରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ରୁ ଘଟଣା ସ୍ଥଳରେରେ ନାବାଳକଙ୍କ ମୃତ୍ୟୁ ଘଟିଛି ।

ଖବର ପାଇ ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ନାବାଳକର ମୃତ ଦେହକୁ ଜବତ କରିବା ସହ ପଞ୍ଚନାମା କରିଛି । ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି କ୍ଷତି ପୂରଣ ଦାବି କରିଛନ୍ତି । ଯେଉଁ ଜମିରେ ନାବାଳକର ମୃତ୍ୟୁ ଘଟିଛି ସେହି ଜମିଟି ମୃତକଙ୍କ ପରିବାର ନାମରେ କରିବାକୁ ସେମାନେ ଦାବି କରିଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.