ଜ୍ୟୋତି ମହଲ ଛକ ଠାରୁ ଆରଆଇସି ଛକ ପର୍ଯ୍ୟନ୍ତ ରାସ୍ତା ହେଲା ଆଲୋକିତ

ରାୟଗଡ,୧୭/୭: ରାୟଗଡ ପୈାର ପରିଷଦ ତରଫରୁ ନୂତନ ଭାବେ ନିର୍ମାଣ କରାଯାଇଥିବା ଜ୍ୟୋତି ମହଲ ଛକ ଠାରୁ ଆଂଚଳିକ ଶିଳ୍ପ କେନ୍ଦ୍ର (ଆରଆଇସି) ଛକ ରାସ୍ତା ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥାକୁ ଶୁକ୍ରବାର ସଂଧ୍ୟାରେ ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିନା ଉଦଘାଟନ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ଷମ କରାଯାଇଛି ।

ରାୟଗଡ ଜିଲ୍ଳା ନଗର ଉନ୍ନୟନ ସଂସ୍ଥା(ଡୁଡା)ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ୩୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ଜ୍ୟୋତି ମହଲ ଛକଠାରୁ ଆଂଚଳିକ ଶିଳ୍ପ କେନ୍ଦ୍ର (ଆରଆଇସି)ଛକ ମଧ୍ୟରେ ୩୮ଟି ବିଦ୍ୟୁତ ପୋଲ ପୋତାଯାଇ ସେଥିରେ ରାସ୍ତାର ଉଭୟ ପାଶ୍ୱର୍ ପାଇଁ ୯୦ୱାଟର ଏଲଇଡି ବଲବ୍ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରକାଶ କରିଛନ୍ତି ।

ପୂର୍ବରୁ ଏହି ରାସ୍ତା ସଂକୀର୍ଣ୍ଣ ହୋଇ ରହିଥିବା ବେଳେ ଏହାର ଦୋହରୀକରଣ କରାଯାଇ ରାସ୍ତାର ମଝି ଭାଗରେ ବିଦ୍ୟୁତ ପୋଲ ପୋତାଯାଇଛି । ତେବେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ନ ଥିଲେ ମଧ୍ୟ ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.