ମ.ରାମପୁର ଗ୍ରାମ ପଂଚାୟତକୁ ସଟ୍‌ଡ଼ାଉନ୍ ଘୋଷଣା କଲେ ସରପଂଚ

ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବଳବତ୍ତର ରହିବ ସଟ୍ ଡ଼ାଉନ୍‌

କଳାହାଣ୍ଡି,୨୦/୭: ମ.ରାମପୁର ଗ୍ରାମ ପଂଚାୟତକୁ ସରପଂଚ ଚିତ୍ତରଂଜନ ବାଗ ପ୍ରତ୍ୟେକ ସପ୍ତାହର ସୋମବାର ରାତି ୯ଘଂଟା ସମୟରୁ ବୁଧବାର ସକାଳ ୬ଘଂଟା ପର୍ଯ୍ୟନ୍ତ ସଟ୍ ଡ଼ାଉନ୍ ଘୋଷଣା କରିଛନ୍ତି । ମ.ରାମପୁର ଗ୍ରାମ ପଂଚାୟତ ଚିଠି ନମ୍ବର ୫୫ରେ ଏନେଇ ସରପଂଚ ଜିଲ୍ଳାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ବିଶ୍ୱ ମହାମାରୀ କରୋନାର ଭୟାବହତକୁ ଦୃଷ୍ଟିରେ ରଖିବା ସହିତ ମ.ରାମପୁର ଗ୍ରାମ ପଂଚାୟତ ଅଂଚଳବାସୀଙ୍କ ସୁରକ୍ଷା ଦୃ୍‌ଷ୍ଟି କୋଣରୁ ପ୍ରତ୍ୟେକ ସପ୍ତାହରେ (ପରବର୍ତ୍ତୀ ଘୋଷଣାପର୍ଯ୍ୟନ୍ତ) ଏହି ସଟ୍ ଡ଼ାଉନ୍ ବଳବତ୍ତର ରହିବ । ମ.ରାମପୁରରେ ମଙ୍ଗଳବାର ସାପ୍ତାହିକ ହାଟ ଦିନ ପଡ଼ୁଥିବାରୁ ଏହି ଦିନ ବାହାରୁ ବ୍ୟବସାୟୀମାନେ ଆସୁଛନ୍ତି, ଲୋକେ ମଧ୍ୟ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ସମସ୍ତଙ୍କ ମଙ୍ଗଳପାଇଁ ଏହି ପଦକ୍ଷେପ ନିଆଯାଇଥିବା ସରପଂଚ ଶ୍ରୀ ବାଗ ପ୍ରକାଶ କରିଛନ୍ତି । ସରପଂଚଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.