✒️ଭକ୍ତ ଚରଣ ସୁନାନୀ
ମା’
ତୋ ଗର୍ଭ ହିଁ ମୋ’ ପାଇଁ
ସବୁଠୁ ସୁରକ୍ଷିତ ଜାଗା ଥିଲା
ଯୋଉଠି ମୁଁ
ଭଲରେ ଥିଲି
ଖୁସିରେ ଥିଲି
ଶାନ୍ତିରେ ଥିଲି
ମୋ’ ଭିତରେ ଡର ଭୟ ,ଦୁଃଖ କଷ୍ଟ ବୋଲି
କିଛି ହିଁ ନ ଥିଲା
ଏଇ ଆଲୋକିତ ଦୁନିଆଠାରୁ
ସେ ଅନ୍ଧାର ଦୁନିଆ ବହୁତ ସୁନ୍ଦର ଥିଲା।
ଯେବେ ଜନ୍ମ ହେଲି
ଆଖି ଖୋଲି ଦୁନିଆକୁ ଦେଖିଲି
ତୋ’ ଆଙ୍ଗୁଠି ଧରି ମୁଁ ଚାଲି ଶିଖିଲି
ତୋ’ ସୁର ତୋଳି ମୁଁ କଥା କହିଲି
ଧିରେଧିରେ ମୁଁ ଆଗକୁ ବଢିଲି
ସପନରେ ହଜିଲି
ଭାବନାରେ ଉଡିଲି
ଚାଲିଲି ଜୀବନ ବାଟରେ ଏକଲା
ସେବେ ଏଠି କିଛି ବୁଝିବା ଆଗରୁ
କିଛି ଜାଣିବା ଆଗରୁ
ମୋ ଇଜ୍ଜତ
ମୋ ସ୍ବାଧୀନତା
ଦିନ ଦ୍ବିପହରରେ ବିଚ୍ ରାସ୍ତାରେ ଲୁଟ୍ ହେଲା
ଥରିଲା ପ୍ରତିଟି ମୁହୂର୍ତ୍ତ
ମୋ ଛାତିର ସ୍ପନ୍ଦନ
ମୋ ଦେହର ଛାଇ
ଭାବିଲି ସୁରକ୍ଷିତ ଜାଗା ନାହିଁ
ଏଠି ଟିକିଏ ବି ମୋ ପାଇଁ
ସବୁଠି ଯେମିତି ମାଡିବସିଛି ଦିନ ରାତି
ଦେହର ଭୋକରେ ଶିକାର ଖୋଜୁଥିବା ହିଂସ୍ର ମଣିଷ
ଛଳନାର ମୁଖା ପିନ୍ଧି।
ଦିନେ ତୋ’ ନଜର ଉହାଡରୁ
ନିରୁଦ୍ଧିିଷ୍ଟ ହୋଇଗଲି ମୁଁ
ଅସହାୟ ମାଟିର ରକ୍ତାକ୍ତ ଛାତିରେ
ନିରବୀଗଲା ମୋ’ ସ୍ବର
ଅଟକିଗଲା ମୋ’ ନିଃଶ୍ବାସ
ଦୁନିଆଠାରୁ ତୁଟିଗଲା ମୋ’ ବିଶ୍ୱାସ ଚିରଦିନ ପାଇଁ
ଭୟର ଭୟଙ୍କର ବାଦଲ ତଳେ
ସାଜିଲି ମୁଁ ନିଶବ୍ଦ ଅନ୍ଧାର
ମୁଠାଏ ପାଉଁଶ
ମୋ’ ଆଖିର ଶେଷ ଦି’ଟୋପା ଲୁହ
ତୁ ପଣତରେ ପୋଛିବା ଆଗରୁ
ମୋ’ ଓଠ ହିଁ ପିିଇଗଲା
ମା’
ତୋ ଗର୍ଭ ହିଁ ମୋ’ ପାଇଁ
ସବୁଠୁ ସୁରକ୍ଷିତ ଜାଗା ଥିଲା।
ଖୁଣ୍ଟିଆ ପର୍ଲା କଳାହାଣ୍ଡି
ମୋ: 9337674671