ଜନବସତୀ ମୁହାଁ ହାତୀପଲ, ଅଞ୍ଚଳରେ ଭୟର ବାତାବରଣ

କୋରାପୁଟ,୨୦/୭: କୋରାପୁଟ ଜିଲ୍ଲା ନାରାୟଣପାଟଣା ରେଞ୍ଜ ବନ୍ଧୁଗାଁ ବ୍ଲକ ଏମ୍ପାବାଲସା ଅଞ୍ଚଳକୁ ୫ଟି ବଣୁଆ ହାତୀ ପଶି ଆସିଛନ୍ତି । ଖାଦ୍ୟ ସଂଗ୍ରହ ପାଇଁ ଏମାନେ ଜନବସତି ମୁହାଁ ହୋଇଥିବା ଜଣାପଡୁଛି । ୫ ଜଣିଆ ହାତୀ ପଲରେ ଗୋଟେ ଛୁଆ ହାତୀ ଥିବା ଜଣିପଡିଛି । ଗତକାଲି ରାତିଠାରୁ ପୁରା ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି । ବନ ବିଭାଗର ଟିମ୍ ଆଜି ସକାଳୁ ସେଠାରେ ଉପସ୍ଥିତ ରହି ଗତିବିଧି ଉପରେ ନଜର ରଖିଛନ୍ତି । କାଳେ ଖାଦ୍ୟ ପାଇଁ ଗାଁ ମୁହାଁ ନ ହୁଅନ୍ତୁ ସେଥିପ୍ରତି ପ୍ରୟାସ ଜାରି ରହିଥିବା ବିଭାଗୀୟ ଅଧିକାରୀଙ୍କ ତରଫରୁ ସୁଚନା ମିଳିଛି । ପୂର୍ବରୁ ବି ବନ୍ଧୁଗାଁ ବ୍ଲକର ଅଲମଣ୍ଡା ପଞ୍ଚାୟତର ଦିଗୁ ଭତ୍ରାପଲି ଜଙ୍ଗଲରେ ହାତୀପଲ ପ୍ରବେଶ କରି କଦଳୀ ବାଡ଼ ସବୁ ନଷ୍ଟ କରିବାସହ କୁଡିଆ ସବୁ ଭାଙ୍ଗି ଦେଇ ଚାଲି ଯାଇଥିଲା । ଏମାନେ ବର୍ତ୍ତମାନ ପୁଣିଥରେ କାପଲୋଡା ପଞ୍ଚାୟତ ଅଞ୍ଚଳରେ ପ୍ରବେଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.