ପାଠ୍ୟପୁସ୍ତକରୁ ଭ୍ରମାତ୍ମକ ତଥ୍ୟ ହଟାଇବାକୁ କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବି

● ଜିଲ୍ଲାର ସ୍ୱାଭିମାନ ପ୍ରତି ଆଞ୍ଚ ଆଣୁଥିବା ବିଷୟକୁ ବହିରୁ ନ ହଟାଇଲେ ଆନ୍ଦୋଳନ

କଳାହାଣ୍ଡି,୨୦/୭: ଆଜି କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏନସିଆରଟି ଦ୍ବାରା ପ୍ରକିଶିତ ସିବିଏସସି ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ପାଠ୍ୟପୁସ୍ତକରେ କଳାହାଣ୍ଡିର ଛବିକୁ ବିକୃତ କରି ଲେଖାଯିବା ଘଟଣା କୁ ଘୋର ନିନ୍ଦା କରାଯାଇଛି। ଏଥିସହ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) ର ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଜରିଆରେ ପ୍ରେରଣ କରାଯାଇଛି। ନବେ ଦଶକରେ ସାମ୍ବାଦିକ ପି. ସାଇନାଥ ରିସର୍ଚ୍ଚ କରି ‘ଏଭ୍ରିବଡି ଲଭସ୍ ଏ ଗୁଡ ଡ୍ରଟ’ ବହି ଲେଖିଥିଲେ। ସେ ବହିରୁ ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ସମ୍ପ୍ରଦାୟର ଜଣେ ମହିଳାଙ୍କ ଫଟୋ ଛପାଯିବା ସହ କଳାହାଣ୍ଡିର ଛବିକୁ ଦାରିଦ୍ର୍ୟ ଓ ଦୁର୍ଭିକ୍ଷର ଭୂଖଣ୍ଡ ଭାବେ ଚିତ୍ରଣ କରାଯାଇଛି। କଳାହାଣ୍ଡିର ସ୍ୱାଭିମାନ ପ୍ରତି ଆଞ୍ଚ ଆସୁଥିବା ବିଷୟକୁ ବହିରୁ ନ ହଟାଇଲେ ଆନ୍ଦୋଳନ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ସହ ଆବାହକ ଅବିନାଶ ଠାକୁର, ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା, କମିଟି ସଦସ୍ୟ ଅଶ୍ୱିନୀ କୁମାର ଦାସ, ମଣ୍ଟୁ ନାଏକ, ଜୟଶଙ୍କର ନାଏକ, ରାଜେନ୍ଦ୍ର ମୁଣ୍ଡ, ସତ୍ୟ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.