🖋️ତପନ କୁମାର ଦାଶ
ସେ ଅଟେ ସାଧକ
ସାଧନା କରେ ଆଜୀବନ
ସବୁ ଝଡ଼ ଝଞ୍ଜା ସହି
ଧନୀ ଅବା ଗରିବ ହଉ
ନଥାଏ ଜାତିଭେଦ ତାର।
ସମାଜକୁ ମଙ୍ଗଳ ବାର୍ତ୍ତା ଦେଇ
ପ୍ରକୃତିକୁ ସୁଧାରିବାକୁ ଆଗଭର
କରେ ଶବ୍ଦର ସମାହାର
ତା ଲେଖନୀ ଲେଖିଚାଲେ ଅହରହ
ସରକାର କିମ୍ବା ସମାଜର ଅପରାଧୀଙ୍କୁ
କରେ ନାହିଁ ତିଳେ ଖାତିର।
ତାର ଚିନ୍ତା ଚେତନା
ଭାବନାର ସମାହାର
ଅଟେ ନିର୍ବିକାର
କବିତା କିମ୍ବା ଗଳ୍ପ
ସବୁଥିରେ ଥାଏ ସାହିତ୍ୟ
ଭାଷା ସଂସ୍କୃତି ପରମ୍ପରା
କଲମ ମୁନରେ ବଞ୍ଚାଇ ରଖେ
କେବେ ସମାଜକୁ କିଛି ମାଗେନାହିଁ
କେବେ ମାଗେନାହିଁ ପୁରସ୍କାର।
ସାହିତ୍ୟ ଜଗତକୁ
ଶିକ୍ଷିତ ସମାଜକୁ ସର୍ବଦା
ଦେଇଚାଲେ ଉପହାର
କେବେ ଗାଳ୍ପିକ, କେବେ କବି
କେବେ ପ୍ରାବନ୍ଧିକ ରୂପରେ
ପ୍ରେମ, ବିରହ, ମଳୟ , ଦୁଃଖ, ସୁଖ
ସବୁ ସାଉଁଟି ଚାଲେ ଲେଖନୀରେ।
ଚିରସ୍ରୋତା ଝରଣା ସଦୃଶ
ଜୀବନକୁ ସେବାରେ ସମର୍ପିତ
ପାଠକଙ୍କ ବନ୍ଧୁ ହୁଏ ଅମୃତ
ଘରେ ବାହାରେ କି ନାଟକ ମଂଚରେ
ଜଣାଶୁଣା ପରିଚିତ ‘କବି’ ନାମରେ
କେବଳ ‘କବି’ ନାମରେ।
ଶିକ୍ଷକ, କଳାହାଣ୍ଡି
ମୋ: ୯୪୩୮୪୧୫୯୫୫