ବଡପୋଡାଗୁଡା – ରଏନଗୁଡା ରାସ୍ତା ଶୋଚନୀୟ

କୋକସରା,୨୪/୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଠାରୁ ରଏନଗୁଡା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉନ୍ନତି ଦିଗରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ କାମ କରାଯାଉଥିଲେ ମଧ୍ୟ ସାମାନ୍ୟ ବର୍ଷରେ ରାସ୍ତାଟି କାଦୁଅମୟ ହୋଇ ପଡୁଛି । ଯାହା ଫଳରେ ଲୋକେ ଯାତାୟତରେ ନାହିଁ ନଥିବାର ସମ୍ମୁଖିନ ଭୋଗୁଥିବା ଅଞ୍ଚଳବାସୀ ଅଭିଯୋଗ କରନ୍ତି ।

Omkar Vasthu
Omkar Vasthu

ସୁଚନା ଅନୁସାରେ, ବଡପୋଡାଗୁଡା ରୁ ରଏନଗୁଡା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ରାସ୍ତାକୁ ସଂଯୋଗ ରହିଥିବା ପ୍ରାୟ ୨ କି.ମି ରାସ୍ତା ଦିର୍ଘ ଦିନ ହେବ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାଦେଇ ଦୈନିକ ରଏନଗୁଡା, ଦାବ୍ରିଗୁଡା, ସର୍ଗିଗୁଡା, ଡୋଙ୍ଗରୀଗୁଡା ଆଦି ଗ୍ରାମର ଲୋକେ ବଡପୋଡାଗୁଡାକୁ ପଞ୍ଚାୟତ କାର୍ଯ୍ୟଳୟ ସମେତ ବ୍ୟାଙ୍କ କାର୍ଯ୍ୟ, ଡାକ୍ତରଖାନା, ପୋଷ୍ଟ ଅଫିସ୍ କୁ ଅନେକ କାର୍ଯ୍ୟରେ ଆସିଥାନ୍ତି । ଏହା ବ୍ୟତିତ ଏହି ରାସ୍ତା ଦେଇ ୨ ଟି ପଞ୍ଚାୟତର ପ୍ରାୟ ୧୨ ରୁ ୧୫ ଟି ଗାଁ ଲୋକ ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ଲଡୁଗାଁକୁ ବିଭିନ୍ନ ବ୍ୟବସାୟ କାରବାର ପାଇଁ ଯାତାୟତ କରିଥାନ୍ତି । ପ୍ରତିବର୍ଷ ଏହି ରାସ୍ତାର ଉନ୍ନତି ଦିଗରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ମାଟି ମୋରମ ପକାଇ କାମ କରୁଥିଲେ ମଧ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତା ରାଏନଗୁଡା ଛକ ଠାରୁ ବଡପୋଡାଗୁଡା ଦେଇ ମହାଜନଗୁଡା ଛକ ଠାରେ ଏହି ରାସ୍ତା ୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି । ମହାଜନଗୁଡା ଠାରୁ ବଡପୋଡାଗୁଡା ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇ ସାରିଥିବାବେଳେ ନେତା ମନ୍ତ୍ରୀଙ୍କ ଦୁରଦୃଷ୍ଟି ଅଭାବ ହେଉଅବା ପ୍ରଶାସନର ଅବହେଲା ଯୋଗୁଁ ହେଉ ଦିର୍ଘ ବର୍ଷ ହେବ ବଡପୋଡାଗୁଡା ଠାରୁ ରଏନଗୁଡା ପର୍ଯ୍ୟନ୍ତ ରାସ୍ତା ମାଟି ରାସ୍ତାରେ ହିଁ ରହି ଶୋଚନୀୟ ହୋଇପଡିଛି । ଫଳରେ ଲୋକେ ଯାତାୟତରେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଉକ୍ତ ରାସ୍ତାକୁ ପ୍ରାଧାନ ମନ୍ତ୍ରୀ ସଡ଼କ କିମ୍ବା ମୂଖ୍ୟ ମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏ ବିଷୟରେ ସ୍ଥାନୀୟ ବିଧାୟକ ମହଷୋଧୀ ବାଗଙ୍କ ମତାମତ ନେବାରୁ, ପଞ୍ଚାୟତ ପ୍ରତିନିଧି ମଣ୍ଡଳ ମାନେ ଲିଖିତ ଆଧାରରେ ବ୍ଲକକୁ ଜଣେଇ ଦେଲେ ବ୍ଲକ କତୃପକ୍ଷ ସେହି ରାସ୍ତାକୁ ଆରଡି ବିଭାଗକୁ ହସ୍ତାନ୍ତର କଲେ ଆମେ ସେହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ, କିମ୍ବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ରାସ୍ତା ର ଉନ୍ନତି ପାଇଁ ଉପଯୁକ୍ତ ପଦକ୍ଷେପ ନେବୁ ବୋଲି କହିଥିଲେ ।

Udyog Nursery
Udyogi Nursery

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.