ଲାଞ୍ଜିଗଡ, ବିଶ୍ବନାଥପୁର ପରେ ବସନ୍ତପଡା ପଞ୍ଚାୟତ ସଟ୍ ଡାଉନ୍

ଲାଞ୍ଜିଗଡ,୨୪/୭: ଆଜି (ଶୁକ୍ରବାର) ରାତି ୯ଟାରୁ ସଟଡାଉନରେ ରହିଛି ଲାଞ୍ଜିଗଡ ବ୍ଲକର ବସନ୍ତପଡା ପଞ୍ଚାୟତ । ପଡୋଷୀ ରାୟଗଡ ଜିଲ୍ଲା ୭ଦିନିଆ ଲକଡାଉନରେ ଥିବା ପରିପ୍ରେକ୍ଷିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

ରାୟଗଡା ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନର ପ୍ରଭାବ ପଡିଛି ରାୟଗଡା ସଂଲଗ୍ନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ । ପଡୋଷୀ ରାୟଗଡା ସୀମାନ୍ତରେ ବସନ୍ତପଡା ପଞ୍ଚାୟତ ଥିବା ବେଳେ ଅବାଧ ଯାତାୟାତ ଲାଗିରହିଥିବା ବେଳେ ପଡୋଷୀ ଜିଲ୍ଲାର ସିଂହଭାଗ ବ୍ୟବସାୟୀ ଓ ସାଧାରଣ ଲୋକେ ସାମିଲ ହେଉଥିବାରୁ ସଂକ୍ରମଣର ଆଶଙ୍କା ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ବସନ୍ତପଡା ସରପଞ୍ଚ ଆଦନୁ ମାଝୀ ଆଜି (ଶୁକ୍ରବାର) ରାତ୍ର ୯ ଘଣ୍ଟା ଠାରୁ ସମବାର ସକାଳ ୬ ଘଣ୍ଟା ଯାଏଁ ବସନ୍ତପଡା ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ପୂର୍ବରୁ ଶୁକ୍ରବାର ୨୪ ତାରିଖରୁ ୨୬ ତାରିଖ ଯାଏଁ ୭୨ ଘଣ୍ଟା ବିଶ୍ୱନାଥପୁର ଓ ଲାଞ୍ଜିଗଡ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା,ଔଷଧ ଦୋକାନ, କ୍ଷୀର ଦୋକାନ ଭଳି ଅତ୍ୟାବଶ୍ୟକ ଦ୍ରବ୍ଯ ଓ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟ କଳାପକୁ ବନ୍ଦ କରାଯାଇଛି।

Udyog Nursery
Udyogi Nursery

ବସନ୍ତପଡା ଓ ପୂର୍ବରୁ ବିଶ୍ୱନାଥପୁର ତଥା ଲାଞ୍ଜିଗଡ ତିନି ସରପଞ୍ଚଙ୍କ ଘୋଷଣା ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ଏହାକୁ ପାଳନ କରିବାକୁ ପଞ୍ଚାୟତ ବାସୀଙ୍କୁ ନିର୍ଦ୍ଦେଶ ଦେବା ସହ ଏହାର ତଦାରଖ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସଟଡାଉନ୍ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷା ପାଇଁ ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଓ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କ ନେତୃତ୍ୱରେ ପୁଲିସ ବଳ ସଜାଗ ଥିବା ଜଣା ପଡ଼ିଛି । ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଏ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.