ଏସବିଆଇ ପକ୍ଷରୁ ଇ- ଟାଉନହଲ ମିଟ କାର୍ଯ୍ୟକ୍ରମ

ବ୍ୟାଙ୍କ ର ବ୍ୟବସାୟକୁ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଅନ ଲାଇନରେ ବ୍ୟବସାୟୀମାନଙ୍କ ସହ ସମ୍ପର୍କ ସ୍ଥାପନ

Omkar Vasthu
Omkar Vasthu

ରାୟଗଡ,୨୫/୭: ଭାରତୀୟ ଷ୍ଟେଟ ବ୍ୟାଙ୍କ ରାୟଗଡ ରିଜିଓନାଲ ଶାଖା ପକ୍ଷରୁ ‘ଇ- ଟାଉନ ହଲ ମିଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ୫ଟି ଜିଲ୍ଲାର ଗ୍ରାହକ ଓ ବ୍ୟବସାୟିଙ୍କ ସହ ଅନଲାଇନରେ ସମ୍ପର୍କ ସ୍ଥାପନ କରାଯାଇଛି। କରୋନା କଟକଣା ସମୟରେ ଲୋକେ ବାହାରକୁ ବାହାରି ପାରୁନଥୁବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ବ୍ୟାଙ୍କର ବ୍ୟବସାୟକୁ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଅନ ଲାଇନରେ ବ୍ୟବସାୟୀମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇଥିଲା। କରୋନା ମହାମାରୀ କଟକଣା ସମୟର କମ ସୁଧ ହାରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ରୁଣ ପ୍ରଦାନ କରିଥିବାରୁ ବ୍ୟବସାୟିମାନେ ବ୍ୟାଙ୍କ କତୃପକ୍ଷଙ୍କ ଭୂମିକାକୁ ଭୁୟଶୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କୋଭିଡ଼ ସମୟରେ ସର୍ବନିମ୍ନ ୨୦ ହଜାର ଟଙ୍କାରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ କମ ସୁଧ ହାରରେ ଋଣ ପ୍ରଦାନ କରାଯାଇଛି । ଇତି ମଧ୍ୟରେ ପ୍ରାୟ ୨୨୨୫ଜଣଙ୍କୁ ଋଣ ପ୍ରଦାନ ପୂର୍ବକ ବ୍ୟବସାୟୀ ଉପକୃତ ହୋଇଛନ୍ତି । କୋରନା ବିପତି ସମୟରେ ବିନା ଝଞ୍ଝଟରେ ବ୍ୟବସାୟୀଙ୍କୁ କୋଭିଡ ଋଣ ପ୍ରଦାନ ପ୍ରଦାନ କରାଯାଇଛି । ଗ୍ରାହକ ସେବାକୁ ଗୁରୁତ୍ବ ଦିଆଯାଇଛି ବୋଲି ରାୟଗଡ ସ୍ଥିତ ବ୍ୟାଙ୍କର ଆଂଚଳିକ ମୁଖ୍ୟ ମନୋରଂଜନ ପ୍ରଧାନ କହିଛନ୍ତି।

Udyog Nursery
Udyogi Nursery

ଉକ୍ତ ମିଟିଙ୍ଗରେ ୫ଟି ଜିଲ୍ଲାରୁ ତଥା ରାୟଗଡା, ଗଜପତି, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ଗ୍ରାହକମାନେ ଯୋଗଦାନ କରିଥିଲେ । ସେମାନେ ମଧ୍ୟ ଏହି ସମୟରେ ଗ୍ରାହକ ସେବା ଏବଂ ଏଟିଏମ୍ ସେବା ଚାଲୁ ରଖିବାକୁ ଏସବିଆଇ ର ଅନବରତ ପ୍ରଚେଷ୍ଟାର ପ୍ରଶଂସା କରିଥିଲେ । ଗ୍ରାହକ ସେବାକୁ ଗୁରୁତ୍ବ ଦିଆଯିବ ବୋଲି ରିଜିଓନାଲ ମ୍ୟାନେଜର ମନୋରଂଜନ ପ୍ରଧାନ ଓ ଜେନେରାଲ ମେନେଜର ବିଜୟ କେ କୁଜୁର କହିଛନ୍ତି । ଏସବିଆଇର ଏହି ସେବାକୁ ଗ୍ରାହକମାନେ ପସନ୍ଦ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.